ସଚେତନତା ନା’ କେବଳ ‘ଫୋଟୋ ସେସନ୍’ – କୋକସରା ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ଚର୍ଚ୍ଚା

କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ଥାନା ପକ୍ଷରୁ ଗତ କିଛି ଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ପୋଲିସ ବିଭାଗ ପକ୍ଷରୁ ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ ଆଦି ସ୍ଥାନରେ ସଚେତନତା ସୃଷ୍ଟି କରିବା ସହ ଶପଥ ପାଠ କରାଯାଉଛି। ହେଲେ ଏହି କାର୍ଯ୍ୟକ୍ରମ ଟି ସ୍କୁଲ ଓ କଲେଜର ଚାରିକାନ୍ଥ ଭିତରେ ସୀମିତ ରଖା ନଯାଇ ଏହାର ବ୍ୟାପକ ପ୍ରଚାର ପ୍ରସାରର ମଧ୍ୟ ଆବଶ୍ୟକତା ରହିଛି। ଅବଶ୍ୟ ଏହି କାର୍ଯ୍ୟକ୍ରମ ପରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନେ ସାଧାରଣ ଲୋକଙ୍କୁ କିଛି ମାତ୍ରାରେ ସଚେତନ ସୃଷ୍ଟି କରିବାରେ ସାହାୟକ ହେଉଛନ୍ତି। ଏଭଳି ଏକ ଜନ ସଚେତନତା କାର୍ଯ୍ୟକ୍ରମ ପ୍ରଚାର ପ୍ରସାରର ମଧ୍ୟ ଆବଶ୍ୟକତା ରହିଛି। କିନ୍ତୁ ପୋଲିସ ବିଭାଗ ଗଣମାଧ୍ୟମ କୁ ଉକ୍ତ ବିଷୟ ଉପରେ କୌଣସି ସୂଚନା ପ୍ରଦାନ କରୁ ନାହାନ୍ତି କିମ୍ବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଡକାଯାଉ ନଥିବାରୁ ଏହାର ପ୍ରଚାର ପ୍ରସାର ମଧ୍ୟ ସେଭଳି ଭାବରେ ହୋଇପାରୁ ନାହିଁ। ଯାହା ଦ୍ବାରା କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ସଫଳ ହେବା ଆଶଙ୍କା ମଧ୍ୟରେ ସ୍କୁଲ ଓ କଲେଜର ଚାରିକାନ୍ଥ ଭିତରେ ସଚେତନ ମୂଳକ କାର୍ଯ୍ୟକ୍ରମ ରହିଯାଉଛି। ଯଦି ପ୍ରଶାସନର ପ୍ରକୃତ ଉଦ୍ଦେଶ୍ୟ ସମାଜର ପ୍ରତ୍ୟେକ ବର୍ଗଙ୍କୁ ସଚେତନ କରିବା ହୋଇଥାନ୍ତା, ତେବେ ସେମାନେ ଗଣମାଧ୍ୟମକୁ ସୂଚନା ଦେବା ସହ ସାମିଲ କରିବାକୁ ଉଚିତ୍ ମନେ କରୁଥାନ୍ତେ। ଗଣମାଧ୍ୟମ ହେଉଛି ସମାଜର ଚାରି କାନ୍ଥ ଭିତରର ସୂଚନାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାର ସବୁଠାରୁ ବଡ଼ ମାଧ୍ୟମ। କିନ୍ତୁ ଯେଉଁଠି ଗଣମାଧ୍ୟମର କୌଣସି ଗୁରୁତ୍ଵ ନାହିଁ, ସେଠାରେ ସଚେତନତା କେବଳ କାଗଜପତ୍ର, ସରକାରୀ ରିପୋର୍ଟ ଏବଂ ଫୋଟୋ ସେସନ୍‌ ଭିତରେ ସୀମିତ ରହିଯିବା ସ୍ୱାଭାବିକ ବୋଲି ଚର୍ଚ୍ଚା ହେଉଛି। ଏ ବିଷୟରେ କୋକସରା ଥାନା ଅଧିକାରୀ ଡମ୍ବରୁଧର ଭରତିଆଙ୍କ ପ୍ରତିକ୍ରିୟା ନେବାରୁ ଆଗକୁ ନିଶ୍ଚିତ ଭାବେ ଗଣମାଧ୍ୟମ କୁ ସୂଚନା ଦିଆଯବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *