କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଳକ ସଦର ମହକୁମା ସ୍ଥିତ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ଚାଲିଥିବା ଆତ୍ମ ସୁରକ୍ଷା ପ୍ରଶିକ୍ଷକ ଶିବିର ଶନିବାର ଉଦଯାପିତ ହୋଇଛି। କଲେଜ ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ କୋକସରା ଥାନା ଓଆସି ଡମ୍ବରୁଧର ଭରତିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଅବସର ପ୍ରାପ୍ତ ଅଧ୍ୟକ୍ଷ ଗୁଣାକାର ପଣ୍ଡା ମୁଖ୍ୟବକ୍ତା, ଏସଆଇ ଡ଼ି ମୋହନ, ଅଧ୍ୟାପକ ସୁବ୍ରତ କୁମାର ବେହେରା ଓ ଅଧ୍ୟାପକ ଅଶ୍ୱିନୀ କୁମାର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପିକା କନକ ମଞ୍ଜୁରୀ ବେହେରା ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ସ୍ମୃତିମୟୀ ବାରିକ ସଭାକୁ ପରିଚାଳନା କରିଥିଲେ। ଶେଷରେ ଅଧ୍ୟାପକ ଓଁମକାର ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ। ଜଳି ପରଭୋଇ ପ୍ରଶିକ୍ଷଣ ପ୍ରଦାନ କରିଥିବା, ଅଧ୍ୟାପିକା ଶୁଭଶ୍ରୀ ସାହୁ, ବେଦମୟୀ ବାରିକ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।
