ହନୁମାନ ମନ୍ଦିର କମିଟି ପକ୍ଷରୁ ଶ୍ରାବଣ ଶେଷ ସୋମବାରରେ ସାମୁହିକ ରୁଦ୍ରାଭିଷେକ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଲମପୁର ହନୁମାନ ମନ୍ଦିର କମିଟି ପକ୍ଷରୁ ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଦିନ ସ୍ଥାନୀୟ ହନୁମାନ ମନ୍ଦିର କମିଟି ପକ୍ଷରୁ ଭକ୍ତି ଓ ଶ୍ରଦ୍ଧାର ସହ ସାମୁହିକ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୪୩ ଜଣ ଭକ୍ତ ଯୋଗଦେଇ ମହାଦେବଙ୍କ ଆଶୀର୍ବାଦ କାମନା କରିଥିଲେ। ଏହି ପବିତ୍ର ଅନୁଷ୍ଠାନରେ ଭବାନୀପାଟଣାସ୍ଥିତ ଚନ୍ଦ୍ରଶେଖର ଚୈତନ୍ୟ ଦିବ୍ୟ ଆନନ୍ଦ ଧାମ ସେବାଶ୍ରମ ପକ୍ଷରୁ ନିତିକ୍ରାନ୍ତି ଅନୁଯାୟୀ ସାମୁହିକ ରୁଦ୍ରାଭିଷେକ କରାଯାଇଥିଲା। ପବିତ୍ର ମନ୍ତ୍ରୋଚ୍ଚାରଣ, ଶିବପୂଜା ଓ ରୁଦ୍ରାଭିଷେକରେ ସମଗ୍ର ମନ୍ଦିର ପରିସର ଭକ୍ତିମୟ ପରିବେଶରେ ପରିଣତ ହୋଇଥିଲା।

ହନୁମାନ ମନ୍ଦିରର ପୂଜକ ଆର୍ତ୍ତ ଯୋଶୀ ଅନୁଷ୍ଠାନରେ ସହଯୋଗ କରିଥିଲେ। ଅନୁଷ୍ଠାନରେ ପଙ୍କଜ ଶର୍ମା, ସନ୍ଦୀପ ଶର୍ମା, ରାଜୀନ୍ଦ୍ର ପ୍ରଧାନ, ଶିବାନଦ୍ଦ ସାହୁ, ସୁଧୀର ବେହେରା, ମୋହିତ ଶର୍ମା, ତୁଲ ଜୈନ, ଆଶିଷ ସାହୁ , ଦୀପକ କୁମାର ସାହୁଙ୍କ ସମେତ ହନୁମାନ ମନ୍ଦିର କମିଟିର ସଦସ୍ୟମାନେ ଉପସ୍ଥିତ ରହି ଅନୁଷ୍ଠାନର ଆୟୋଜନ ଓ ସୁଚାରୁ ପରିଚାଳନାରେ ସହଯୋଗ କରିଥିଲେ। ଶ୍ରାବଣ ମାସର ଏହି ପବିତ୍ର ଅବସରରେ ଭକ୍ତମାନେ ଶିବଲିଙ୍ଗରେ ଜଳାଭିଷେକ ସହ ବିଭିନ୍ନ ପୂଜାସାମଗ୍ରୀ ଅର୍ପଣ କରି ମହାଦେବଙ୍କ ନିକଟରେ ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ। ସାମୁହିକ ରୁଦ୍ରାଭିଷେକ ମାଧ୍ୟମରେ ଭକ୍ତି, ଏକତା ଓ ଆଧ୍ୟାତ୍ମିକ ଭାବନାର ଏକ ସୁନ୍ଦର ପରିବେଶ ସୃଷ୍ଟି ହୋଇଥିଲା। ଏହା ସହିତ ସର୍ବସାଧାରଣ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

Leave a Reply

Your email address will not be published. Required fields are marked *