ନୀଟ୍‌ରେ ସାକେତ ଙ୍କ ସଫଳତା ତାଳପଦର ଗାଁରେ ଖୁସି

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ନୀଟ୍‌ ପରୀକ୍ଷାରେ ସଫଳତା ହାସଲ କରି ଜୟପାଟଣା ବ୍ଲକ୍‌ ତାଲପଦର ଗାଁ ପାଇଁ ଗୌରବ ଆଣିଛନ୍ତି ସାକେତ ବାଣୁଆଁ । ମା’ ଜାନକୀ ବାଣୁଆଁ ଓ ବାପା ଲାବଣ୍ୟ ବାଣୁଆଁ ଙ୍କ ପୁଅ ସାକେତ ପ୍ରଥମ ପ୍ରୟାସରେ ଅଲ୍‌ ଇଣ୍ଡିଆ ସ୍ତରରେ ୩୪୦ତମ ରାଙ୍କ ହାସଲ କରିଛନ୍ତି। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଲଡ଼ୁଗାଁରେ ପଢ଼ିବା ପରେ ବିଶାଖାପାଟଣା ପେଦାପୁରମର ଏକ ବେସରକାରୀ ସ୍କୁଲ ଶିକ୍ଷା ଜାରି ରଖିଥିଲେ। ପରେ ଭୁବନେଶ୍ୱରରେ ଦୁଇ ବର୍ଷ ନୀଟ୍‌ କୋଚିଂ ନେଇଥିଲେ। ସାକେତଙ୍କୁ ରାଉରକେଲା ମେଡିକାଲ୍‌ କଲେଜ୍‌ରେ ସ୍ଥାନ ମିଳିଥିବାରୁ ଅଞ୍ଚଳରେ ଖୁସିର ମାହୋଲ୍‌। ଏହି ସଫଳତାର ଶ୍ରେୟ ସେ ମା’-ବାପା ଓ ଗୁରୁଜନଙ୍କୁ ଦେଇଛନ୍ତି।

Leave a Reply

Your email address will not be published. Required fields are marked *