କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : ଛାତ୍ର ଛାତ୍ରୀ ମାନଙ୍କ ମନରେ ଏକ ସକାରାତ୍ମକ ବିଚାର ଧାରା ଆଣିବା ଲକ୍ଷ ନେଇ ଅମୋହମଣୀ +୨ ମହାବିଦ୍ୟାଳୟରେ ଆତ୍ମ ଚିନ୍ତନ ଶିବିର ତଥା ଈଶ୍ଵରୀୟ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟାପକ ବିଭୂତି ଭୂଷଣ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଦୁଲେଶ୍ୱର ମାଝୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବ ବିଦ୍ୟାଳୟ କଲମପୁର ଉପ ସେବାକେନ୍ଦ୍ର ସଞ୍ଚାଳିକା ରୋଜି ଭଉଣୀ ଯୋଗଦେଇ ଆତ୍ମ ଚିନ୍ତନର ପ୍ରଶିକ୍ଷଣ ଦେବା ସହିତ ଈଶ୍ୱରୀୟ ରକ୍ଷା ସୂତ୍ର ବାନ୍ଧିଥିଲେ। ଶତାଧିକ ଛାତ୍ରଛାତ୍ରୀ ଏହି ପ୍ରଶିକ୍ଷଣ ଦ୍ବାରା ନିଜକୁ ସୁଖ ଶାନ୍ତି ଓ ସମୃଦ୍ଧିର ପଥ ଅନୁସରଣ କରି ସକାରାତ୍ମକ ବିଚାରଧାରା ଅନୁସାରେ ଗଢ଼ିବାକୁ ଆଗ୍ରହ କରିଥିଲେ ଏବଂ ହାତରେ ଈଶ୍ଵରୀୟ ରକ୍ଷା ସୂତ୍ର ବାନ୍ଧିଥିଲେ। ସେହିଭଳି କଲମପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ମଧ୍ୟ ସୁପର ଭାଇଜର ବାସନ୍ତୀ ନାୟକଙ୍କ ଅଧ୍ୟକ୍ଷତାରେ ବଡକୁଟୁରୁ ଏବଂ କଲମପୁର ସେକ୍ଟର ୫୨ଜଣ ଅଙ୍ଗନୱାଡି କର୍ମୀ ମାନଙ୍କୁ ରକ୍ଷା ସୂତ୍ର ବନ୍ଧାଯାଇଥିଲା। ବରିଷ୍ଠ ଭ୍ରାତା ପ୍ରେମ ଶର୍ମା,ଶଙ୍କର୍ଷଣ ବେହେରା, ମନିଷା ବେହେରା ପ୍ରମୁଖ ସହଯୋଗ କରିଥିଲେ।

