ଡାକ୍ତରୀ ପଢିବେ ଦୀପାଳି ପୂଝାରୀ ; ଅଞ୍ଚଳରେ ଖୁସି

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଅଞ୍ଚଳର ନୂନପାଣି ଗ୍ରାମର ଦୀପାଳି ପୂଝାରୀ ସର୍ବ ଭାରତୀୟ ନିଟ ପରିକ୍ଷା (ୟୁଜି) ରେ ସଫଳ ହୋଇଛନ୍ତି। ସେ ନୂନପାଣି ଗ୍ରାମର ମହେଶ୍ୱର ପୂଝାରୀଙ୍କ ଝିଅ। ଦୀପାଳିଙ୍କ ଏହି ସଫଳତାରେ ସମଗ୍ର ଦଣ୍ଡପାଟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ନିଜର କଠିନ ପରିଶ୍ରମ, ଅଧ୍ୟବସାୟ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଦୀପାଳି ଏହି ସଫଳତା ହାସଲ କରିଛନ୍ତି। ତାଙ୍କ ସଫଳତାରେ ପରିବାରବର୍ଗ, ନୂନପାଣି ଗ୍ରାମବାସୀଙ୍କ ସମେତ ଦଣ୍ଡପାଟ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଦୀପାଳିଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର ଦଣ୍ଡପାଟ ଅଞ୍ଚଳ ପାଇଁ ଗର୍ବର ବିଷୟ ପାଲଟିଛି। ତାଙ୍କ ସଫଳତା ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଓ ଡାକ୍ତରୀ ପାଠପଢ଼ା ପାଇଁ ପ୍ରେରଣା ଯୋଗାଇବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି। ଭବିଷ୍ୟତରେ ଜଣେ ସଫଳ ଡାକ୍ତର ହୋଇ ଲୋକଙ୍କ ସେବା କରନ୍ତୁ ବୋଲି ପରିବାରବର୍ଗ, ଗ୍ରାମବାସୀ ଓ ଅଞ୍ଚଳବାସୀ ଦୀପାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *