ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର

ବେହେରା/କ୍ରାନ୍ତିକ୍ଷେତ୍ର, (ପଦ୍ମବନ ବେମାଲ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମପଞ୍ଚାୟତ ଠାରେ କୋକସରା ବିଡ଼ିଓ ଡ଼ଃ ହିମାଞ୍ଚଳ ମାଝିଙ୍କ ଅଧ୍ୟକ୍ଷତାରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରାୟତଃ ୩୭ଜଣ ଆପତ୍ତି ଅଭିଯୋଗ କରିଥିବା ଜଣାପଡିଛି। ହେଲେ ଏହାର ସମାଧାନ କେତେଦୂର ଯଥାର୍ଥତା ତାହା ସମୟ ସାପେକ୍ଷ୍ୟ। ଏଥିରେ ଜିପିଇଓ ମିଳୁ ପ୍ରଧାନ, ଏଲ୍ ଆଇ ଗିରିଶ୍ୱର ସାହୁ, ଭିଏଡ୍ବ୍ଳୁ ଉପେନ୍ଦ୍ର ଜାଲ, ସାମାଜିକ ସୁରକ୍ଷା ଅଧିକାରୀ ଲୋକନାଥ ଭାଟି, ବିଆରସି କମଲେଶ ଧଙ୍ଗଡାମାଝୀ, ଖୁଣ୍ଟିଆ ସରପଞ୍ଚ ମାଧବୀ ଧରୁଆ, ଉପସ୍ଥିତ ଥିବାବେଳେ ଦୁର୍ଯ୍ୟୋଧନ ହାତୀ, ନରେନ୍ଦ୍ର ବିଶି, କୁନି ମାଝୀ, ବଳରାମ ନାଏକ, ଟଙ୍କଧର ଧରୁଆ, କ୍ଷେତ୍ର ଧରୁଆ, କୈଳାଶ ସୁନାନୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *