କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ଦାନ ହୁଣ୍ଡି ଗଣତି ଆରମ୍ଭ

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି)  : ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡିର ଅର୍ଥ ଗଣତି ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ଗତ ୨୯ ଜୁନରେ ଗଣତିରେ ପ୍ରାୟ ୧୨ ଘଣ୍ଟା ଧରି ଚାଲିଥିଲା। ଗଣତିରେ ସର୍ବକାଳୀନ ରେକର୍ଡ ଭାବେ ୧ କୋଟି ୨୬ ଲକ୍ଷ ୨୬ ହଜାର ୮୫୪ ଟଙ୍କାର ଦାନ ସଂଗ୍ରହ ହୋଇଛି। ନଗଦ ଟଙ୍କା ସହ ସୁନା, ରୂପା, ବିଦେଶୀ ମୁଦ୍ରା ଏବଂ ୟୁପିଆଇ ମାଧ୍ୟମରେ ମଧ୍ୟ ବିପୁଳ ଦାନ ମିଳିଛି। ମିଳିଥିଲା। ଏଥର ଗଣତି ପାଇଁ ପ୍ରାୟ ୨୫୦ ଜଣ ମହିଳା ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ତହସିଲଦାରଙ୍କ ତତ୍ତ୍ୱାବଧାନ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିରର ୯ଟି ଦାନ ହୁଣ୍ଡି ଗୋଟିଏ ପରେ ଗୋଟିଏ ହୁଣ୍ଡି ଖୋଲାଯାଇ ଗଣତି କରାଯାଉଛି। ସନ୍ଧ୍ୟା ପ୍ରାୟ ୭ଟା ସୁଦ୍ଧା ଗଣତି ଶେଷ ହେବ ବୋଲି ସୂଚନା ମିଳିଛି। ସକାଳୁ ମନ୍ଦିର ପରିସରରେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପ୍ରାୟ ୧୦୦ ଉର୍ଦ୍ଧ ମହିଳା ସ୍ୱେଚ୍ଛାସେବୀ ଏହି ଗଣତି କାର୍ଯ୍ୟରେ ସାମିଲ ହୋଇଛନ୍ତି। ମନ୍ଦିରର ୯ଟି ଦାନ ହୁଣ୍ଡିରେ ଥିବା ନଗଦ ଅର୍ଥ, ସୁନା ଓ ରୂପା ଅଳଙ୍କାରର ପୃଥକ ପୃଥକ ଗଣତି କରାଯାଉଛି। ଦୁଇ ମାସର ବ୍ୟେବଧାନରେ ହୁଣ୍ଡି ଖୋଲାଯାଇଥିବାରୁ ପୂର୍ବ ଥର ଅପେକ୍ଷା କମ୍ ବାହାରିବ ବୋଲି ଅନୁମାନ କରାଯାଉଛି।ସ୍ୱଚ୍ଛତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସମଗ୍ର ପ୍ରକ୍ରିୟା ସିସିଟିଭି ନଜରଦାରୀ ମଧ୍ୟରେ ଚାଲିଛି।

Leave a Reply

Your email address will not be published. Required fields are marked *