ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତ ଠାରେ କାର୍ଯ୍ୟରତ ପିଇଓ ପ୍ରଶାନ୍ତ କୁମାର ଠାକୁରଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ପରିସରରେ ଆୟୋଜିତ ଏହି ସଭାରେ ଗ୍ରାମ ପଞ୍ଚାୟତର ସମସ୍ତ କର୍ମଚାରୀ, ୱାର୍ଡ ସଭ୍ୟସଭ୍ୟାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ସଭାରେ ସରପଞ୍ଚ ଚଞ୍ଚଳା ନାଏକ, ନାଏବ ସରପଞ୍ଚ ଅନିରୁଦ୍ଧ ନାଏକ, ସମିତି ସଭ୍ୟ ପିତାମ୍ବର ହରିଜନ, ବର୍ତମାନ ଦାଇତ୍ୱ ଗ୍ରହଣ କରିଥିବା ନୂତନ ପିଇଓ ପ୍ରଫୁଲ୍ଲ ନାଏକ, ଏଡିଇଓ.ଚୈତନ୍ୟ ହରିଜନ, ବିଏଫଟି.ଗୌତମ ବିହାରୀ, ଜେଇ.ଦୁଲ୍ଳଭ ବାଗ, ଜିପିଓ.ରୁପଧର ପ୍ରଧାନ, ପବିତ୍ର ନାଏକ, ସମାଜସେବୀ ବେଲଧର ନାୟକ, ତୁଲାରାମ ରଣା, କ୍ଷୀରମଣି ହରିଜନ, ଭୀମ ସେନ ଦୁର୍ଗା, ଦେବରାଜ ନାଏକ, ମୁରଲୀଧର ଦଲାଇ, ସହଦେଵ ଗୌନ୍ତିଆଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ପ୍ରଶାନ୍ତ କୁମାର ଠାକୁରଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ବକ୍ତାମାନେ ତାଙ୍କ କାର୍ଯ୍ୟକାଳର ସ୍ମୃତିଚାରଣ କରିବା ସହ ପଞ୍ଚାୟତର ବିଭିନ୍ନ କାର୍ଯ୍ୟରେ ତାଙ୍କ ସହଯୋଗ ଓ ଅବଦାନକୁ ପ୍ରଶଂସା କରିଥିଲେ। ଏଥିସହ ତାଙ୍କ ଆଗାମୀ କର୍ମଜୀବନ ସଫଳ ଓ ସୁଖମୟ ହେଉ ବୋଲି ଉପସ୍ଥିତ ଅତିଥିମାନେ ଶୁଭକାମନା ଜଣାଇଥିଲେ। ସଭାଟି ଭାବପୂର୍ଣ୍ଣ ପରିବେଶରେ ଶେଷ ହୋଇଥିଲା।
