ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ଶିକ୍ଷା ପୁରସ୍କାର ପାଇଁ ରେଙ୍ଗାଲପାଲି ବିଦ୍ୟାଳୟ ମନୋନୀତ

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁଦିବସ ଅବସରରେ ପ୍ରଦାନ କରାଯାଉଥିବା ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ଶିକ୍ଷା ପୁରସ୍କାର ପାଇଁ ଜୟପାଟଣା ବ୍ଲକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରେଙ୍ଗାଲପାଲି ମନୋନୀତ ହୋଇଛି। ଶିକ୍ଷାବର୍ଷ ୨୦୨୪ ପାଇଁ ଶ୍ରେଷ୍ଠ ଆଲୁମିନି ଏବଂ ଶିକ୍ଷାବର୍ଷ ୨୦୨୫ ପାଇଁ ଶ୍ରେଷ୍ଠ ପ୍ରଧାନଶିକ୍ଷକ ଓ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ଏହି ଶିକ୍ଷାନୁଷ୍ଠାନକୁ ମନୋନୀତ କରାଯାଇଛି। ଶିକ୍ଷାଦାନ, ସୈକ୍ଷିକ ପରିବେଶ, ବିଦ୍ୟାଳୟର ଆନୁସଙ୍ଗିକ ବିକାଶ ଓ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟର ଉଲ୍ଲେଖନୀୟ ପ୍ରଦର୍ଶନ ଏହି ସଫଳତାର ମୁଖ୍ୟ କାରଣ। ବିଦ୍ୟାଳୟକୁ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ତୋଳିବାରେ ପ୍ରଧାନଶିକ୍ଷକ ଲଳିତ କୁମାର ନାୟକଙ୍କ ଅବଦାନ ରହିଛି। ଏଥିସହ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ନିଷ୍ଠା, ବିଦ୍ୟାଳୟ ପରିଚାଳନା କମିଟିର ସହଯୋଗ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଉଦ୍ୟମ ଏହି ସଫଳତାରେ ସହାୟକ ହୋଇଛି। ପୂର୍ବରୁ ମଧ୍ୟ ବିଦ୍ୟାଳୟଟି ଜିଲ୍ଲା ଓ ବ୍ଲକସ୍ତରରେ ବିଭିନ୍ନ ପୁରସ୍କାର ହାସଲ କରିଛି। ଏବେ ରାଜ୍ୟସ୍ତରୀୟ ଶ୍ରେଷ୍ଠ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଖବର ପ୍ରଚାର ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଏହି ସଫଳତାର ଶ୍ରେୟ ପ୍ରଧାନଶିକ୍ଷକ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ,ପରିଚାଳନା କମିଟି ଓ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *