ଟେମରା ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ଟେମରାଠାରେ ଚଳିତ ବର୍ଷର ଶାରଦୀୟ ଦୁର୍ଗାପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ କ୍ଷିତିରାମ ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଗ୍ରାମବାସୀ ଓ ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ରହି ସାର୍ବଜନୀନ ଦୁର୍ଗାପୂଜାକୁ ଆକର୍ଷଣୀୟ ଓ ସୁଚାରୁରୂପେ ପରିଚାଳନା କରିବା ପାଇଁ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଟେମରା ସାର୍ବଜନୀନ ଦୁର୍ଗାପୂଜା ୪୩ ବର୍ଷରେ ପଦାର୍ପଣ କରୁଥିବାରୁ ଏହାକୁ ମହାସମାରୋହରେ ପାଳନ କରିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ପୂଜା ପରିଚାଳନା ପାଇଁ ସର୍ବସମ୍ମତିକ୍ରମେ ଏକ ନୂତନ କମିଟି ଗଠନ କରାଯାଇଛି। କମିଟି ସଭାପତି ଭାବେ ଗଜେନ୍ଦ୍ର ନାଏକ ମନୋନୀତ ହୋଇଥିଲେ। ସେହିପରି ଉପ ସଭାପତି ଭାବରେ ପ୍ରଶନ୍ନ କୁମାର ଦଳପତି, ସମ୍ପାଦକ ଭାବରେ ଦୁଷ୍ମନ୍ତ କୁମାର ପାତ୍ର, ସହ ସମ୍ପାଦକ ତେଜରାଦ ମାଝୀ ଓ କୋଷାଧ୍ୟକ୍ଷ ମୁକେଶ କୁମାର ସାହୁ ପ୍ରମୁଖଙ୍କୁ ମନୋନୀତ କରାଯାଇଛି। ଏହାସହ କ୍ଷିତିରାମ ପାତ୍ର, ସୁଧୀର ପାତ୍ର, ଅଶୋକ କୁମାର ଦାସ, ଅଭିରାମ ଲଦୁଆ, ଲୋକନାଥ ପାତ୍ର, କେଦାର ଦଳପତି, ହେମନ୍ତ ବାଣୁଆ, ନରସିଂଗ ପଟେଲ ଓ ଗୁପତ ରଣାଙ୍କୁ ନେଇ ଏକ ଉପଦେଷ୍ଟା କମିଟି ଗଠନ କରାଯାଇଛି।

Leave a Reply

Your email address will not be published. Required fields are marked *