ଲାଞ୍ଜିଗଡରେ ଜିଲ୍ଲା ସ୍ତରୀୟ ତିରନ୍ଦାଜ ଚୟନ ପ୍ରତିଯୋଗିତା

ଲାଞ୍ଜିଗଡ/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା କ୍ରୀଡାସଂସ୍ଥା ଆନୁକୂଲ୍ୟରେ ଲାଞ୍ଜିଗଡ ସ୍ଥିତ ଆଶ୍ରମ ହାଇସ୍କୁଲ ଖେଳ ପଡ଼ିଆଠାରେ ଜିଲ୍ଲା ସ୍ତରୀୟ ତିରନ୍ଦାଜ ଚୟନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ଜଗମୋହନ ପଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗୀତାରେ ଅତିଥିଭାବେ ଲାଞ୍ଜିଗଡ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଜ କିଶୋର ପାଇକରାୟ,ଉକ୍ତ ବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦୋରା, ଉକ୍ତ ବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ନିହାରକାନ୍ତ ବିଶ୍ୱାଳ, ସ୍କୁଲ ପୂର୍ବତନ ଛାତ୍ର ଦିନେସ କୁମାର, ଅଧ୍ୟାପକ ମାନସ ରଞ୍ଜନ ରଥ,ଏଥେଲେଟିକ୍ସ କୋଚ୍ ଶମୀର ମୁଣ୍ଡା, କରାଟେ କୋଚ୍ କ୍ଷମାନିଧି ମହାଖୁଡ଼, ଶିକ୍ଷକ ରବୀନ୍ଦ୍ର ସେଠି, ଶିକ୍ଷକ ଆଲୋକ ସାହୁ, ମଧୁସୂଦନ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ଲାଞ୍ଜିଗଡଠାରେ ଅନୁଷ୍ଠିତ ଏହି ଚୟନ ପ୍ରତିଯୋଗୀତାରେ ଜିଲ୍ଲାର ୩୦ ଜଣ ତିରନ୍ଦାଜ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ଇଣ୍ଡିଏନ ରାଉଣ୍ଡ ବାଳିକା ବିଭାଗରେ ଲାଞ୍ଜିଗଡ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସନମ ନାଏକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଭବାନୀପାଟଣା ସ୍ଥିତ ବିକାଶ ରେସିଡେନ୍ସିଆଲ ବିଦ୍ୟାଳୟର ସ୍ମୃତିପ୍ରଜ୍ଞା ସାହୁ ଦ୍ୱିତୀୟ, ଉକ୍ତ ବିଦ୍ୟାଳୟର ସମ୍ବ୍ରିତା ମୁଣ୍ଡା ତୃତୀୟ ଓ ସିପାଲି ଅଧିକାରୀ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ସେହିପରି ଇଣ୍ଡିଏନ ରାଉଣ୍ଡ ବାଳକ ବିଭାଗରେ ଲାଞ୍ଜିଗଡ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରଞ୍ଜନ ହରିଜନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର କ୍ଷୀରୋଦ କୁମାର ଦ୍ୱିତୀୟ,ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତରୁଣ ମାଝୀ ତୃତୀୟ,ଉକ୍ତ ବିଦ୍ୟାଳୟର ରାଜେନ୍ଦ୍ର ମାଝୀ ଚତୁର୍ଥ ଏବଂ କୋଚ୍ ମିଥୁନ ନାଏକ ୯ ଜଣ ପ୍ରତିଯୋଗୀମାନେ କୃତି ଅର୍ଜନ କରି ଆସନ୍ତା ସେପ୍ଟେମ୍ବର ୧୩ ରୁ ୧୬ ପର୍ଯ୍ୟନ୍ତ ରାଉଲକେଲା ସ୍ଥିତ ବିର୍ଷାମୁଣ୍ଡା ଷ୍ଟେଡିୟମଠାରେ ହେବାକୁ ଥିବା ରାଜ୍ୟ ୨୭ ତମ ଜୁନିୟର ଓ ସିନିୟର ତିରନ୍ଦାଜ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ଏହି ତିରନ୍ଧାଜ ଚୟନ ପ୍ରତିଯୋଗିତାଟିକୁ ତିରନ୍ଧାଜ କୋଚ ଶୀମାଞ୍ଚଳ କାଟ୍ରାକା ଓ ସମ୍ଭୁ ଶଙ୍କର ପରିଡା ପରିଚାଳନା କରିଥିବାବେଳେ ବିଳାସିନୀ ସେଠ୍,ସୁନିତା ବେହେରା, ଖୁଲନା ପ୍ରଧାନ, ଡୁଲେଶ୍ୱରୀ ମାଝୀ ସମେତ ବିଦ୍ୟାଳୟ ଅନ୍ୟ କର୍ମଚାରୀ ମାନେ ମଧ୍ୟ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *