ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନୂଆଖାଇ ଭେଟଘାଟ ପାଇଁ ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଂଚାୟତ ଅଧିନ ବନ୍ଦଗୁଡା ଗ୍ରାମର ନୀଳ ନାୟକଙ୍କ ସପରିବାର ସଂଗେ ମୈଦଲପୁର ପଂଚାୟତ ଅଧିନ ଗୋପିଗୁଡା ଗାଁ ରେ ଶଶୁର ଘର କୁ ଆସିଥିଲେ। ଆଜି ଅପରାହ୍ନରେ ତାଙ୍କର ୭ମାସର ଏକ ମାତ୍ର ଶିଶୁ ପୁତ୍ରର ଦେହ ହଠାତ ଖରାପ ହେବା ରୁ ମୈଦଲପୁର ମେଡିକାଲ ନେଇଥିଲେ । ସେଠାରେ ଶିଶୁ ପୁତ୍ର ର ମୃତ୍ୟୁ ଘଟିଥିଲା। ଏ ନେଇ ପରିବାର ଲୋକ ଅକ୍ସିଜେନ ଦିଆ ଯାଇନଥିବା ଓ ଆମ୍ବୁଲାନ୍ସ ନ ଆସିବା ରୁ ପିଲା ର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ କରିଛନ୍ତି। ଅଧିକ ଜାଣିବା ପାଇଁ ମେଡିକାଲ ଡାକ୍ତର ନନ୍ଦିତା ରାଣୀ ଗିରି ଙ୍କୁ ପଚାରିବା ରୁ ସେ କହିବା ପାଇଁ ରୋକ ଠୋକ ମନା କରିଛନ୍ତି। ସୂଚନା ଅନୁସାରେ, ନୀଳ ନାୟକ ଙ୍କ ଗୋଟିଏ ମାତ୍ର ୭ମାସ ର ଶିଶୁ ର ଦେହ ଖରାପ ହେବା ରୁ ୧୦୮କୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ନ ଆସିବା ରୁ ଅଟୋ ଯୋଗେ ମୈଦଲପୁର ମେଡିକାଲ କୁ ଆଣିଥିଲେ। ସେଠାରେ ଚିକିତ୍ସାରେ ଅବହେଳା ଯୋଗୁଁ ପୁଅର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମେଡିକାଲ ପରିସରରେ କାନ୍ଦ ବୋବାଳି ରେ ଫାଟି ପଡୁଥିଲା। ଶେଷରେ ଶିଶୁ ର ଶବ ଧରି ଅଟୋ ଯୋଗେ ନିଜ ଗ୍ରାମ ବନ୍ଦଗୁଡା କୁ ଫେରି ଯାଇଥିଲେ। ଏ ନେଇ ଗୋପିଗୁଡା ଗ୍ରାମ ର ଜଗବନ୍ଧୁ ମାଝୀ କହିଛନ୍ତି ଯେ, ଏହି ମେଡିକାଲ ଉପରେ ୮ଟା ପଂଚାୟତ ର ୫୦ହଜାର ରୁ ଉର୍ଦ୍ଧ ଲୋକ ନିର୍ଭର କରୁଛନ୍ତି। ଗୋଟିଏ ମାତ୍ର ଆମ୍ବୁଲାନ୍ସ ଥିବା ରୁ ଲୋକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଆବଶ୍ୟକ ପରିମାଣ ରେ ମେଡ଼ିସିନ ଉପଲବ୍ଧ ନାହିଁ। ଯଥାଶୀଘ୍ର ଆଉ ଗୋଟିଏ ଆମ୍ବୁଲାନ୍ସ, ମେଡ଼ିସିନ ଯୋଗାଇ ଦିଆଗଲେ ଅଂଚଳ ବାସି ଉପକୃତ ହୋଇ ପାରିବେ ବୋଲି କହିଛନ୍ତି।
