ଝରିଗାଁରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ

ଝରିଗାଁ/କ୍ରାନ୍ତିକ୍ଷେତ୍ର : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦରର ବିଭିନ୍ନ ଅନୁଷ୍ଠାନରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପରିସରରେ ବାବା ବିଶ୍ୱକର୍ମା ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟୁତ ବିଭାଗର ଅଧିକାରୀ ଇଞ୍ଜିନିୟର ସୁଜିତ କୁମାର ପୁଷ୍ଟିଙ୍କ ତତ୍ତ୍ୱାବଧାନରେ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପୁରୋହିତ ପ୍ରଭାତ କୁମାର ଶତପଥୀ ବାବା ବିଶ୍ୱକର୍ମା ଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ ସହ ପୁଜା ଅର୍ଚ୍ଚନା କରିଥିଲେ। ଆଧ୍ୟାତ୍ମିକ ଭକ୍ତିମୟ ପରିବେଶରେ ଶ୍ରଦ୍ଧାଳୁ ବିଶ୍ୱକର୍ମା ଙ୍କ ଆଶିଷ ଗ୍ରହଣ କରିଥିଲେ।ଏହି ଅବସରରେ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ବିଧିବିଧାନ ଅନୁଯାୟୀ ବାବା ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ। ବିଦ୍ୟୁତ ବିଭାଗର ଯନ୍ତ୍ରପାତି ଓ କାର୍ଯ୍ୟସ୍ଥଳର ସୁରକ୍ଷା ସହ ସମସ୍ତଙ୍କ ମଙ୍ଗଳ କାମନା କରି ପୂଜା କରାଯାଇଥିଲା। ବିଶ୍ୱକର୍ମା ପୂଜା ମଣ୍ଡପ ବିଭିନ୍ନ ରଙ୍ଗିନ  ଆଲୋକ ରେ ସଜ୍ଜିତ ହୋଇଛି। ବାବା ବିଶ୍ୱକର୍ମା ଙ୍କ ସୁନ୍ଦର ମୂର୍ତ୍ତି ଦର୍ଶନ କରିବାକୁ ବିଭିନ୍ନ ଗ୍ରମରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଦର୍ଶନ ପାଇଁ ଆସୁଥିବା ଭକ୍ତଗଣ ଙ୍କୁ ପ୍ରସାଦ ଭୋଗ ବଣ୍ଟନ କରାଯାଉଛି। ଅନ୍ୟପକ୍ଷେ ଜଳ ଯୋଗାଣ ବିଭାଗ, ଡ୍ରାଇଭର ସଂଘ୍, ମିସ୍ତ୍ରୀ ସଂଘ ଓ ମୋଟର ସାଇକେଲ ଗ୍ୟାରେଜ ହାର୍ଡ ୱେର ଦୋକାନ ଆଦିରେ ହର୍ଷ ଉଲ୍ଲାସ ସହ ପବିତ୍ର ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଛି। ଶନିବାର ବିସର୍ଜନ କାର୍ଯ୍ୟକ୍ରମ ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି ଯନ୍ତ୍ରୀ ସୁଜିତ୍ କୁମାର ପୁଷ୍ଟି।

Leave a Reply

Your email address will not be published. Required fields are marked *