ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗର ଉପାଧ୍ୟକ୍ଷଙ୍କ କଲମପୁର ଗ୍ରସ୍ତ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତି କରଣ ବିଭାଗ ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗର ଉପାଧ୍ଯକ୍ଷ କୈଶବ ବିହାରୀ ଆଜି କଲମପୁର ବ୍ଲକ ଗ୍ରସ୍ତ କରିଥିଲେ। ପ୍ରଥମେ କଲମପୁର ଛକରେ ଥ‌ିବା ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ, ପରେ କଲମପୁର ବ୍ଲକ ପରିସର ସଭା ଗୃହଠାରେ ପହଞ୍ଚିଲା ପରେ ସଭା ଆରମ୍ଭ ହୋଇଥିଲା, ସଭାରେ ନିଜ ବକ୍ତବ୍ୟରେ କହିଥିଲେ ଏହି ପଦବୀ ପାଇବା ଏତେ ସହଜ ନୁହେଁ, ଏଥିରେ ମାଁ ମାଣିକେଶ୍ବରୀଙ୍କ ଆଶିର୍ବାଦ ଓ ଆପଣ ମାନଙ୍କ ସ୍ନେହ ତଥା କଠିନ ପରିଶ୍ରମ ସମେତ ରାଷ୍ଟ୍ରୀୟ ନେତୃ ମଣ୍ଡଳୀଙ୍କ ଅକୁଣ୍ଠ ସହଯୋଗ ଫଳରେ ଏହା ସମ୍ଭବ ହୋଇ ପାରିଛି, ଏହି ପଦବୀ କେବଳ ମୋର ନୁହେଁ ଆପଣ ସମସ୍ତଙ୍କର, ମୁଁ ଏଇ ମାଟିରେ ଜନ୍ମିତ ସନ୍ଧାନ,ଏଇ ମାଟିର ଋଣ ଶୁଝିବାର ସୁଯୋଗ ମିଳିଛି, ଉପସ୍ଥିତ ଅଧିକାରୀ ମାନଙ୍କୁ ସ୍ବଚ୍ଛ ଭାବେ କାର୍ଯ୍ୟ ନିର୍ବାହ କରିବାକୁ ପରାମର୍ଶ ଦେବା ସହିତ ପ୍ରତି ଯୋଜନା ଗୁଡିକ ଠିକ ଭାବେ କାର୍ଯ୍ୟକାରୀ କରିବାକୁ କହିଥିଲେ, କଲମପୁର ବ୍ଲକ ଆଗାମୀ ଦିନରେ କୃଷି ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ରୋଲ ମୋଡେଲ ହେବାକୁ ଯାଉଛି, ଆପଣ ମାନଙ୍କ ସହଯୋଗର ଆବଶ୍ୟକ‌ତା ରହିଛି ବୋଲି କହିଥିଲେ। ଏଥିରେ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି, ଉପାଧ୍ୟକ୍ଷ  ଚିନ୍ତାମଣି ବେହେରା, ଶିକ୍ଷାବିତ ସୁଦର୍ଶନ ଦାସ, ସମାଜସେବୀ ଗଙ୍ଗାଧର ବେଶ୍ରା, ଡୋଳାମଣୀ ସାହୁ,ସମାଜସେବୀକା କୌଶଲ୍ୟା ବିହାରୀ, ବିଧାୟକ ପ୍ରତିନିଧୂ ସୁଶାନ୍ତ ରାଉତ, ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକ, କଲମପୁର ବିଜେପି ମଣ୍ଡଳ ସଭାପତି ହିତେଶ ପାତ୍ର, ବିଜମରା ମଣ୍ଡଳ ସଭାପତି ସରିତା ସରାଫ, ବିଜୟ ପଣ୍ଡା, ସୁମତି ଛତ୍ରିଆ, ଅଭି ନିଆଲ, ମାଙ୍ଗେଲାଲ ବାଗ, ପୁଣ୍ଡରିକାକ୍ଷ ନାଏକ ପ୍ରମୁଖ ଉପସ୍ଥିତ ରହିଥ‌ିବା ବେଳେ ବିପିଏମ ରିଗାନ୍ୟୁୟସ ଏକ୍କା ମଞ୍ଚ ପରିଚାଳନା କରିଥିଲେ, ରାଷ୍ଟ୍ରୀୟ ଉପାଧ୍ଯକ୍ଷ ବିହାରୀ କଲମପୁର ବ୍ଲକ ପ୍ରସଙ୍ଗରେ ବିଡ଼ିଓଙ୍କ ସ‌ହିତ ଆଲୋଚନା କରି କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ, ସେଠାରେ ସଫେଇ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିବା ସମେତ ଉପସ୍ଥିତ ଡାକ୍ତର ଜୌତି କୃଷ୍ଣ ମାଝୀ, ସୋନାଲି ପଣ୍ଡାଙ୍କ ସହିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଂପର୍କରେ ଆଲୋଚନା କରିଥିଲେ, ଶ୍ରୀବିହାରୀ କଲମପୁର ବ୍ଲକ ମିନଗୁର ପଞ୍ଚାୟତ ଅନ୍ତର୍ଗତ ସର୍ଗିପଡା ବାସିନ୍ଦା ହେଉଛନ୍ତି ରାଷ୍ଟ୍ରୀୟ ଉପାଧ୍ଯକ୍ଷ ଶ୍ରୀ ବିହାରୀ, ଏଥିପାଇଁ କଲମପୁର ବିଜେପି ତଥା ଗ୍ରାମବାସୀ ପକ୍ଷରୁ ବିପୁଳ ସ୍ବାଗତ ସମ୍ବଦ୍ଧନା ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *