କଅଁସର ଗ୍ରାମରେ ‘ନୂଆଁଖାଇ’ ଭେଟଘାଟ କାର୍ଯ୍ୟକ୍ରମ

ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର (ଚୌଧୀରି ସାହୁ) : ବଲାଙ୍ଗିର ଜିଲ୍ଲା ସ୍ଥିତ ସଇଁତଳା ବ୍ଲକ୍ ଅନ୍ତର୍ଗତ କଅଁସର ଗ୍ରାମରେ “ସରସ୍ୱତୀ ନୃତ୍ୟକଲା ପରିଷଦ” ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ “ନୂଆଁଖାଇ ଭେଟଘାଟ” କାର୍ଯ୍ଯକ୍ରମ ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ନବୀନ ଜୈନଙ୍କ ଅନୁପସ୍ଥିତରେ ଯୁବନେତା ତଥା ସମାଜସେବୀ ଡୋଳାମଣି ବସ୍ତ୍ରିଆ ଯୋଗଦାନ୍ କରିଥିବା ବେଳେ ଅନୁଷ୍ଠାନ ର ସମ୍ପାଦକ ଅର୍ଜୁନ ସାହୁ ଓ ସଭାପତି  ସନ୍ତୋଷ ରଣା ଯୋଗଦାନ୍ କରିଥିଲେ। ସମ୍ମାନୀୟ ଅତିଥୀ ଭାବରେ ହେମନ୍ତ ସାହୁ, ଦେବରାଜ ସାହୁ, ମଣ୍ଡଳ ସଭାପତି  ବିରଞ୍ଚି ପୁଟେଲ, ଗାଁ ଗୌନ୍ତିଆ ପୁରୁନ ଭୋଇ, ଗାଁ ଝାଙ୍କର୍  ଯୁଗଳ ଭୋଇ, ଘାସିରାମ ରଣା ଯୋଗଦାନ୍ କରିଥିବା ବେଳେ ନୃତ୍ୟ ପ୍ରତିଯୋଗିତାର ମୂଖ୍ୟ ବିଚାରପତି ଭାବରେ ସୁମିତ୍ ମେହେର,  ହିରାଧର ଗହୀର ଓ ପର୍ଶୁରାମ ପୁଟେଲ୍ କାର୍ଯ୍ୟ ତୁଲାଇଥିଲେ। ଅନୁଷ୍ଠାନର ଉପଦେଷ୍ଟା ତଥା ମୂଖ୍ୟବକ୍ତା ବିସମ ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରି ,ଅଞ୍ଚଳରେ ଲୁକ୍କାୟିତ ସମସ୍ତ କଳା ପ୍ରତିଭାର ସ୍ଫୁରଣ ପାଇଁ ଦିଗ୍ ଦର୍ଶନ କରି,ଲୋକକଳା ,ଲୋକନୃତ୍ୟ ବିଷୟରେ ସମ୍ୟକ୍ ଧାରଣା ଦେଇ ନୁଆଁଖାଇ ର ବିଭିନ୍ନ ଦିଗ ବିଷୟରେ ସୂଚନା ଦେଇଥିଲେ।ନୃତ୍ୟ ପ୍ରତିଯୋଗିତା ରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ମୂଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା ବୀରେନ୍ଦ୍ର ସାଗର ମଞ୍ଚ ପରିଚାଳନା କରୁଥିବା ବେଳେ ଗ୍ରାମର ସମସ୍ତ ଯୁବକ ଯୁବତୀ ତଥା ଗ୍ରାମବାସୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *