ମା ବୁଢ଼ୀ ଠାକୁରାଣୀଙ୍କ ଘଣ୍ଟଯାତ୍ରା ଆରମ୍ଭ

ପାପଡାହାଣ୍ଡି/ କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(କୈଳାସ ଚନ୍ଦ୍ର ବିଷୋୟୀ): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଘଣ୍ଟ ଯାତ୍ରା ସୋମବାର ଆରମ୍ଭ ହୋଇଛି। ବାଦ୍ୟ ନୃତ୍ୟର ତାଳେ ତାଳେ ମାଙ୍କ ତିନୋଟି ଘଟ ବାହାରିଥିଲା। ନଅ ଦିନ ଧରି ବିଭିନ୍ନ ଗ୍ରାମ ପରିକ୍ରମା କରିବ। ଏହି ଅଵସରରେ ଗ୍ରାମର ଲୋକ ମାନେ ଦୀପ, ଧୂପ ଓ ନଡ଼ିଆ ଭାଙ୍ଗି ମାଙ୍କ ଘଟକୁ ପୂଜାର୍ଚ୍ଚନା କରିଥିଲେ। ଲୋକଙ୍କ ବିଶ୍ୱାସ ରହିଛି ମାଙ୍କ ଘଟ ବାହାରିଲେ ବର୍ଷା ଭଲ ହେବା ସହ ଫସଲ ଭଲ ଅମଳ ହେବ। ଲୋକ ମାନେ ନିରୋଗ ରହିବେ। ଶେଷ ଦିନରେ ମାଝୀଗୁଡା ପହଂଚିବା ପରେ ମାଙ୍କ ଘଟ ବିସର୍ଜନ ହେବ। ପ୍ରତେକ ଅଞ୍ଚଳରେ ଚୈତ୍ର ମାସରେ ଘଟ ଯାତ୍ରା ହେଉଥିବା ବେଳେ ପାପଡାହାଣ୍ଡିରେ ଜ୍ୟୋଷ୍ଠ ମାସରେ ଘଟ ଯାତ୍ରା ହେଉଥିବାରୁ ପ୍ରବଳ ଜନ ସମାଗମ ହୋଇଥାଏ। ସ୍ଥାନୀୟ ପୂଜା କମିଟି ପକ୍ଷରୁ ମନ୍ଦିର ସହ ତୋରଣ ଓ ଆଲୋକିକରଣ କରାଯାଇଛି। ପ୍ରତେକ ଦିନ ସନ୍ଧ୍ୟାରେ ମାଙ୍କ ଘଟ ଫେରିବା ବେଳେ ମହିଳା ଓ ପୁରୁଷ ମାନେ ଢେମସା ନାଚ ଓ ବାଦ୍ୟ ବଜାଇ ଆଣିଥାନ୍ତି।