ପାପଡାହାଣ୍ଡି ଠାରେ ରେଜାଙ୍ଗଲା ମାଟି କଳସ ଯାତ୍ରାକୁ ଭବ୍ୟ ସ୍ଵାଗତ 

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର(କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଶହିଦ୍ ମିନାର ଠାରେ ଯାଦବ ସମାଜ ପକ୍ଷ ରୁ ପବିତ୍ର ରେଜାଙ୍ଗଲା ମାଟି କଳସକୁ ପାପଡ଼ାହାଣ୍ଡି ଠାରେ  ଭବ୍ୟ ସ୍ଵାଗତ କରାଯାଇଛି। ଏହି କଳସ ଯାତ୍ରା ସୁସଜ୍ଜିତ ରଥ ସହ ଏକ ବାଇକ୍ ରେଲି  ପାପଡ଼ାହାଣ୍ଡି ସଦରରେ  ପରିକ୍ରମା କରି ନବରଙ୍ଗପୁର ଯାତ୍ରା କରିଥିଲା। ଅଖିଳ ଭାରତବର୍ଷ ଯାଦବ ମହାସଭା, ଉତ୍କଳ ଯାଦବ ମହାସଭା ମିଳିତ ଆନୁକୂଲ୍ୟରେ ଏହି ସହିଦ ମାଟି କଲସକୁ ସ୍ବାଗତ କରି ଭବ୍ୟ ଏବଂ ଦିବ୍ୟ ସ୍ମୃତି ଗାଥା ବଖାଣି ଥିଲେ। ମିଶନ ଅହୀର ଯାଦବ ରେଜୀମେଣ୍ଟ କରିବା ନେଇ ସମସ୍ତେ ଆହ୍ବାନ କରିଛନ୍ତି। ମିଶନ ଅହୀର ଯାଦବ ରେଜୀମେଣ୍ଟ ୧୨୦ ରୁ ଉର୍ଦ୍ଧ ଯବାନ ସହୀଦ ହୋଇଥିଲେ। ମିଶନ ଅହୀର ଯାଦବ ରେଜୀମେଣ୍ଟ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କୁ ଦାବୀ କରୁଛନ୍ତି। ଏହି ସହିଦ  ମାଟି କଳସ ଟି ଭାରତ ପରିଭ୍ରମଣ କରି   ନଭେମ୍ବର ୧୮  ତାରିକରେ ନ୍ୟୁ ଦିଲ୍ଲୀ ପହଞ୍ଚି  ରେଜିମେଣ୍ଟ ଗଠନ ପାଇଁ ଦୃଢ଼ ଦାବି ଉପସ୍ଥାପନା କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି । ଏହି ଅବସରରେ  ଜିଲ୍ଲା କଂଗ୍ରେସ ଦଳ ସଭାପତି ଭୂଜବଳ ମାଝୀ ନେତୃତ୍ ରେ  ସ୍ବାଗତ ଜଣାଇ ଥିଲେ ବେଳେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ, ଉମରକୋଟ ବିଧାୟକ  ପ୍ରାର୍ଥୀ ସନରାଜ ଗୋଣ୍ଡ, ପାପଡ଼ାହାଣ୍ଡି କଂଗ୍ରେସ  ସଭାପତି ଶ୍ରୀକାନ୍ତ ମିଶ୍ର, ନନ୍ଦାହାଣ୍ଡି ବ୍ଲକ୍ ସଭାପତି  ବୃନ୍ଧାବନ ତ୍ରିପାଠୀ , ବି ବିକାଶ ରାଓ,ଉତ୍କଳ ଯାଦବ ମହାସଭା ସଭାପତି ମନୋଜ ମହାଙ୍କୋଡ,  କୋରାପୁଟ ଅବିଭକ୍ତ ଜିଲ୍ଲା  ଜିଲ୍ଲା ସମ୍ପାଦକ  ମୋତିରାମ ନାୟକ, ଯାଦବ ସମାଜ ଲୋକ ଙ୍କ ସହ କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ।