ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ ଅଧିନ ସ୍ଥାନୀୟ ବାପୁଜୀ ପାଠାଗାରରେ ଯୁବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଅରବିନ୍ଦ ପାଞ୍ଜିଆଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ମୈଦଲପୁର ଯୁବ ପରିଷଦ ଗଢ଼ାଯାଇଛି। ଆଗାମୀ ଦିନରେ ଅଞ୍ଚଳରେ ଉନ୍ନତି ପାଇଁ ଏହି ସଂଗଠନ କାମ କରିବ। ବର୍ତ୍ତମାନ ପରିସ୍ଥିତିରେ ମୈଦଲପୁରକୁ ବ୍ଲକ୍ ମାନ୍ୟତା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ଆଲୋଚନା କରାଯାଇଥିଲା। ବୈଠକରେ ସନ୍ତୋଷ ପାଣିଗ୍ରାହୀ, ପ୍ରଦୀପ ହରିଜନ, କୈଳାସ ଚନ୍ଦ୍ର ବିଷୋୟୀ, ସନ୍ତୋଷ ସାହୁ,ମୋହନ କଲାର, ଶିବ କଲାର, ସୁଜିତ ନାୟକ, ଅନିଲ ପ୍ରଭାତ ଭତ୍ରା, ନିର୍ମଳ ବିଷୋୟୀ, ଉଦୟ ଗୁପ୍ତା, ସୁଶାନ୍ତ ବିଷୋୟୀ, ନୀତେଶ ପଟ୍ଟନାୟକ, ମୁରଲୀ ହରିଜନ, ରାମକୃଷ ହରିଜନ, ତରୁଣ ବିଷୋୟୀ, ପରେଶ ବିଷୋୟୀ, କିଶୋର ବିଷୋୟୀ, ଧରଣୀଧର ପାଞ୍ଜିଆ, ଅମିତ୍ ମହାନ୍ତି, ମୁନା ହରିଜନଙ୍କ ସହ ସମେତ ୩୦ରୁ ଅଧିକ ଯୁବକ ଉପସ୍ଥିତ ଥିଲେ।