ବିଦ୍ୟୁତ୍ ସମସ୍ୟାର ସମାଧାନ ହେଲାନି, ଗ୍ରୀଡ ଅଫିସ ଘେରିଲେ ଗ୍ରାମବାସୀ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ଗାଁରେ ଦୁଇମାସ ହେଲା ବିଦ୍ୟୁତ୍ ସମସ୍ୟା ଲାଗିରହିଛି। ସାମାନ୍ୟ ପବନ ହେଲେ ବିଜୁଳି କଟିଯାଇଛି। ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁ ଦୀର୍ଘ ୨ ମାସ ହେଲା ଅତିଷ୍ଟ ହୋଇପଡ଼ିଛନ୍ତି। ପ୍ରତିବାଦରେ ଆଜି ପାପଡାହାଣ୍ଡି ବ୍ଲକ୍ ତଣ୍ଡାଗୁଡ଼ା ଗ୍ରାମବାସୀ ସ୍ଥାନୀୟ ଗ୍ରିଡ କାର୍ଯ୍ୟଳୟ ଆଗରେ ବିକ୍ଷପ କରିଛନ୍ତି। ପରେ ଉପାଧ୍ୟକ୍ଷ ପହଞ୍ଚି ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ରୁ ଆହରିଥିଲେ ଗ୍ରାମବାସୀ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏହି ଗାଁରେ ୨୦୦ରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତା ରହିଛନ୍ତି। ପ୍ରତି ମାସରେ ବିଦ୍ୟୁତ୍ ବିଲ୍ ପୈଠ କରୁଛନ୍ତି, କିନ୍ତୁ ବିଭାଗ ତରଫରୁ ସେମାନଙ୍କୁ ବିଦ୍ୟୁତ୍ ସେବା ଠିକ୍ ସେ ଯୋଗଇ ଦିଆଯାଉନାହି। ଦିନକୁ ୨ ଘଣ୍ଟା ବି ଠିକରେ ବିଦ୍ଯୁତ ସେବା ମିଳୁନି। ଗାଁରେ ଗ୍ରିଡ୍ କାର୍ଯ୍ୟାଳୟ ଥିଲେବି ଏଠାରୁ ବିଭିନ୍ନ ଅଞ୍ଚଳ ସହ ବ୍ଳକ୍ ସଦରକୁ ମଧ୍ୟ ବିଦ୍ୟୁତ ସଂଯୋଗ ଦିଆଯାଇଛି। ସମସ୍ତଙ୍କୁ ନିୟମିତ ବିଦ୍ୟୁତ୍ ସେବା ମିଳୁଥିଲେ ବି ସେମାନଙ୍କୁ ବଞ୍ଚିତ କରାଯାଉଛି। ଏ ସମ୍ପର୍କରେ ସେମାନେ ବିଭାଗୀୟ କର୍ଯ୍ୟଳୟରେ ବାରମ୍ବାର ଅଭିଯୋଗ କରିଛନ୍ତି। ତଥାପି ସୁଦ୍ଧା ସମାଧାନ କରାଯାଉନାହିଁ। ଫଳରେ ପିଲାଙ୍କ ପାଠପଢା ସାଙ୍ଗକୁ ଗାଁରେ ସାମୂହିକ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେଉଛି। ଗାଁ ଟି ଜଙ୍ଗଲ ପାଖେ ଥିବାରୁ ବନ୍ୟପ୍ରାଣୀଙ୍କ ଭୟ ରହୁଛି। ପଦକ୍ଷେପ ନିଆନଯିବାରୁ ଆଜି ପ୍ରତିବାଦ କରିଥିଲେ। ତଥାପି କୌଣସି ବିଦ୍ୟୁତ ଅଧିକାରୀଙ୍କ ଦେଖା ମିଳିନଥିଲା। ଖବରପାଇ ବ୍ଲକ ଉପଧକ୍ଷ ସୁଶାନ୍ତ କୁମାର ବେହେରା ପହଞ୍ଚିଥିଲେ। ସେମାନଙ୍କୁ ବୁଝାସୁଝା କରିଥିଲେ। ଏଥିସହ ପାପଡାହାଣ୍ଡି ଏସଡିଓଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ସେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଗ୍ରାମବାସୀଙ୍କୁ ଲିଖିତ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ସେଠାରେ ଅଭିଯୋଗ କଲେ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି କହିଥିଲେ। ବ୍ଲକ ଉପଧ୍ୟକ୍ଷ  ବେହେରା ନିଜ ଉଦ୍ୟମରେ ଏହାର ସମଧାର କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଗାଁ ଲୋକେ ଫେରିଯାଇଥିଲେ।