ବିକଶିତ କୃଷି ସଂକଳ୍ପ ଅଭିଯାନ ; ଉପକୃତ ହେବେ ଚାଷୀ

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଷରାମ ବାଗ) : ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ଯାଣ ମନ୍ତ୍ରଣାଳୟ ତରଫରୁ ଆରମ୍ଭ ହୋଇଥିବା ବିକଶିତ କୃଷି ସଙ୍କଳ୍ପ ଅଭିଯାନ କାର୍ଯ୍ୟକ୍ରମ ଆଜି କଳାହାଣ୍ଡି ଜିଲ୍ଲା କଲମପୁର ସହକାରୀ କୃଷି ଅଧିକାରୀ ଅଜୟ କୁମାର ବେମାଳଙ୍କ ତତ୍ତ୍ଵାବଧାନରେ କଲମପୁର ବ୍ଲକ ମୀନଗୁର ଓ ବଡକୁଟ୍ରୁ ପଞ୍ଚାୟତ ଅନ୍ତର୍ଗତ ଖଙ୍ଗାରଗୁଡ଼ା ଠାରେ ପଞ୍ଚାୟତ ସ୍ତରୀୟ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଭବାନୀପାଟଣା କୃଷି ବିଜ୍ଞାନ କେନ୍ଦ୍ରରୁ ବିଶେଷଜ୍ଞ ତ୍ରିବିଜୟ ବଡ଼ଜେନା ଓ ଯନ୍ତ୍ରୀ ଜଗମୋହନ ମେହେର ଯୋଗଦେଇ ବୈଜ୍ଞାନିକ ପଦ୍ଧତି ରେ ଧାନ ସମେତ ପନିପରିବା ଚାଷ କରି ଚାଷୀ କିଭଳି ଲାଭବାନ ହେବେ ସେନେଇ ଅବଗତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ଜୁନାଗଡ଼ କମଳ ଲୋଚନ ନାୟକ, ବ୍ଲକ ପ୍ରାଣୀସମ୍ପଦ ଅଧିକାରୀ ଡା. ସୁକାନ୍ତ ଶିଆଳ, ସହକାରୀ ଉଦ୍ୟାନ ଅଧିକାରୀ ରଜନୀକାନ୍ତ ବନ୍ଧିଛୋଡ ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଦୁନିଆରେ ଦୃତ ଗତିରେ ବଢୁଥିବା ଜନସଂଖ୍ୟା ଓ କମୁଥିବା ଚାଷ ଜମିର ପରିମାଣକୁ ଆଖି ଆଗରେ ରଖି ଖାଦ୍ୟ ସମସ୍ୟାର ସମାଧାନ ଓ ଅଣ ଧାନ ଫସଲର ଚାହିଦା ଓ ବଜାର ସୃଷ୍ଟି ଓ ସଂରକ୍ଷଣ ସହିତ ନୂତନ ରୋଗାପୋକର ନିୟନ୍ତ୍ରଣ ତା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା କୃଷି,ମତ୍ସ୍ୟ ଓ ପଶୁପାଳନ ଏବଂ ଉଦ୍ୟାନ କୃଷିର ବିଭିନ୍ନ ଯୋଜନାର ଲାଭ ଚାଷୀଙ୍କ ପାଖରେ ପହଞ୍ଚାଇବା ଏହାହିଁ ବିକଶିତ କୃଷି ସଂକଳ୍ପ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସମସ୍ତ ଭିଏଡବ୍ଲୁ ଙ୍କ ସମେତ କୃଷକସାଥି ଓ ବିଭାଗର ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ମିନଗୁର ଓ ବଡକୁଟ୍ରୁ ପଞ୍ଚାୟତ ଅନ୍ତର୍ଗତ ଖଙ୍ଗାରଗୁଡା ଗ୍ରାମର ଚାଷୀ ସମୂହ ଉପସ୍ଥିତ ରହି ଯୋଜନା ସମ୍ବନ୍ଧରେ ଅବଗତ ହୋଇଥିଲେ।