ଶିକ୍ଷକ ସଂଘ ପକ୍ଷରୁ ଶୋକ ସଭା

ତେନ୍ତୁଳଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମର ସ୍ଵର୍ଗତ କୃଷ୍ଣ ଚନ୍ଦ୍ର ରଥଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଏକ ଶୋକ ସଭାର ଆୟୋଜନ କୋରାଯିବା ସହ ତାଙ୍କ ପରିବାର ଲୋକଙ୍କ ସାହସ ଏବଂ ଧୋର୍ଯ୍ୟ କାମନା କରି ସ୍ବର୍ଗତ ରଥଙ୍କ ଗୁଣଗାନ କରାଯାଇଥିଲା। ଏଥିରେ ରାଜ୍ୟ ମହାସଂଘର ସାଧାରଣ ସମ୍ପାଦକ ହାନେସ ପାତ୍ର ବାଘ ସଭାପତିତ୍ବରେ ଅନୁଷ୍ଠିତ ଶୋକ ସଭାରେ ତାଙ୍କର ଆତ୍ମାର ସଦ୍ଗତିଃ ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ଵର୍ଗତ ରଥଙ୍କ ଚାକିରି କାଳ ଆଉ ପାଞ୍ଚ ବର୍ଷ ଥିଲା ତେଣୁ ସରକାରଙ୍କ ଯାହା ବିଧି ବ୍ୟବସ୍ଥା ଅନୁଯାୟୀ ସଂଘ ପ୍ରୟାସ କରି ତୁରନ୍ତ ସାହାଯ୍ୟ ରାଶି ପ୍ରଦାନ କରାଇବା ପାଇଁ ଆଲୋଚନା କରାଯାଇଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଏନପିଏସ ସଂଘର ଦୁଷ୍ମନ୍ତ କୁମାର ନାୟକ, ସଞ୍ଜୟ ସୁନା, ଏକ୍ସ କ୍ୟାଡ଼ର ସଂଘର ଅଶୋକ ପାତ୍ର, ଜି ତ୍ରିପତି ରାଓ, ମହେନ୍ଦ୍ର କୁମାର ସାମନ୍ତରାୟ, ରତିଓ ହରିଜନ, ନୃସିଂହ ଚରଣ ମହାନ୍ତି, ବାସ ନାୟକ, ଖଗପତି ନାୟକ, କମ୍ପୁପାଣି ପଣ୍ଡା ,ସୁନୀଲ କୋର୍କୋରା,‌ ରାଜେନ୍ଦ୍ର ସୁନା,ମନୋଜ ବାଘ, କ୍ଷୀରୋଦ ବିଶୋଇ, ପବିତ୍ର ପାଣିଗ୍ରାହୀ, ବୁଲୁ ଶତପଥୀ, ଲୁକା ଜାନୀ, ଦିବାକର ନାୟକ, ସମାଜିନି ଖୋସ୍ଲା, ମୀନତି ପଟ୍ଟନାୟକ ,ଚକ୍ର ଗଉଡ ଯୁଧିଷ୍ଠି ଗଉଡ ,ଜଗନ୍ନାଥ ନାୟକ, ସଭା ସୁନ୍ଦର ବନ୍ୟା ଦୀନବନ୍ଧୁ, ବରିଷ୍ଠ ସାମ୍ବାଦିକ ବାରିକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।