ଗୁଲୁମି ଜଳପ୍ରପାତରେ ବୁଡି ଦୁଇ ନାବାଳକ ନିଖୋଜ

କୋଷାଗୁମୁଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ସନ୍ତୋଷ କୁମାର) : କୋଷାଗୁମୁଡା ସଦର ମହକୁମାର ମିରଗାନ ସାହି ର ଦୁଇ ନାବାଳକ ଚାନ୍ଦିଲି ନିକଟସ୍ଥ ଗୁଲମୀ ଜଳପ୍ରପାତ ରେ ରବିବାର ଅପରାହ୍ଣ ରେ ଭାସି ଯାଇଛନ୍ତି । ସୂଚନା ପ୍ରକାରେ ୫ଜଣ ସାଙ୍ଗ ଦୁଇ ବାଇକ ରେ କୋଷାଗୁମୁଡା ରୁ କୋରାପୁଟ ଜିଲ୍ଲାର କୋଟପାଡ଼ ଥାନା ଅନ୍ତର୍ଗତ ଚାନ୍ଦିଲି ନିକଟସ୍ଥ ଗୁଲମୀ ଜଳପ୍ରପାତ କୁ ବୁଲିଯାଇଥିଲେ। ଜଳପ୍ରପାତ ନିକଟରେ ପରିଭ୍ରମଣ ସହ ଗାଧେଇବା ବେଳେ ଦୁଇ ଜଣ ବାଳକ ତଥା ଅଲୋକ ସୁନା ଓ କିରଣ ନାୟକ ଜଳ ସ୍ରୋତରେ ଭାସି ଯାଇଥିଲେ ବୋଲି ଜଣାପଡିଛି। ସାଥୀରେ ଥିବା ଅନ୍ୟ ତିନିଜଣ ସାଙ୍ଗ ପରିବାର ଲୋକ ଓ ସ୍ଥାନୀୟ ପୋଲିସ, ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ବର୍ତ୍ତମାନ କୋଷାଗୁମୁଡା ରୁ ପରିବାର ଓ ସମ୍ପର୍କୀୟ ଙ୍କ ସହ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣା ଉପରେ ଅନୁସନ୍ଧାନ ଚାଲିଥିବା ଜଣାପଡିଛି। ଦୁଇ ସାଙ୍ଗ ଚଳିତ ବର୍ଷ ୧୦ମ ଶ୍ରେଣୀରେ ପଢ଼ୁଥିବା ବେଳେ ଦୁହେଁ ଅତି ଘନିଷ୍ଠ ବନ୍ଧୁ ଥିଲେ ବୋଲି ଶୁଣିବାକୁ ମିଳିଛି। ଏପଟେ କୋଷାଗୁମୁଡା ସଦର ରେ ଏକ ଦୁଖଃ ର ବାତାବରଣ ସୃଷ୍ଟି ହୋଇଯାଇଛି। ଏହି ତଥ୍ୟ ରାତି ୮ସୁଦ୍ଧା ଖବର ପ୍ରେରଣ ମଧ୍ୟରେ ଜାଣିବାକୁ ମିଳିଛି।