କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପଣ୍ଡିଗାଁ ବସ୍ତି ପଡ଼ାର ଆଦିବାସୀ ଯୁବତୀ ମାନେ ଦୁଇ ଦିନ ଧରି ରଜ ପର୍ବ ପାଳନ କରିଛନ୍ତି, ଶନିବାର ଦିନ ପହିଲି ରଜ ଅବସରରେ ଯୁବତୀ ମାନେ ବିଭିନ୍ନ ପ୍ରକାର ବେଶ ପୋଷାକରେ ସୁସଜ୍ଜିତ ହୋଇ ଦୋଳି ଖେଳିବା ସହିତ ନାଚଗୀତ କରିଥିଲେ, ଏଥିସହିତ ଘରେ ଘରେ ପିଠାପଣା ପ୍ରସ୍ତୁତ କରି ନିଜେ ଖାଇବା ସହିତ ସାଙ୍ଗସାଥୀ ମାନଙ୍କୁ ଖାଇବାକୁ ଦେଇଥିଲେ, ରଜ ସଂକ୍ରାନ୍ତି ଦିନ ମଧ୍ୟ ଅନୁରୂପ ଭାବେ ଏହି ଉତ୍ସବକୁ ପାଳନ କରିଥିଲେ, ଏହି ପର୍ବ ଓଡ଼ିଶାର ପୂର୍ବ ଭାଗରେ ପାଳିତ ହୋଇ ଆସୁଥିବା ବେଳେ ବର୍ତ୍ତମାନ ଏହି ପର୍ବ କୋଣ ଅନୁକୋଣରେ ପାଳନ ହେବାରେ ଲାଗିଛି, କଲମପୁର ଅଞ୍ଚଳର ଏକାଧିକ ସ୍ଥାନରେ ଏହି ପର୍ବ ପାଳନ ହୋଇଥିବା ବେଳେ ପଣ୍ଡିଗାଁ ବସ୍ତି ପଡ଼ାରେ ରଜ ଉତ୍ସବ କମିଟିର ସଭାପତି ରାଜେଶ୍ବରୀ ମାଝିଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା, ଏଥିରେ ରିଙ୍କି ମାଝି, ବର୍ଷା ମାଝି , କଲ୍ୟାଣି ମାଝି, ସଂଘମିତ୍ରା ମାଝି, ରୁବି ମାଝି, ମାମୁନି ମାଝି, ମାଧୁରୀ ମାଝି, ପୂଜା ମାଝି, ନୀହାରିକା ମାଝି, ମିକ୍କି ମାଝି, ଅମିତା ମାଝି ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ ଗ୍ରାମବାସୀମାନେ ସହଯୋଗ କରିଥିଲେ।