ନୁଆଦିଲ୍ଲି ଗଲା କଳାହାଣ୍ଡିର ସ୍ଵାଦିଷ୍ଟ ଆମ୍ବ ଆମ୍ରପଲ୍ଲୀ

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ ଉତ୍ପାଦିତ ସ୍ଵାଦିଷ୍ଟ ଆମ୍ବ ଟିଟିଲାଗଡ଼ ରେଳ ଷ୍ଟେସନରୁ ସମତା ଏକ୍ସପ୍ରେସ ଯୋଗେ ନୁଆଦିଲ୍ଲୀକୁ ଯାଇଛି। ଏଫପିଓ ପ୍ରମୋସନ ଏକ୍ସପର୍ଟ ମୁରଲି କୁମାର ଶତପଥୀଙ୍କ ସକ୍ରିୟ ସଂଯୋଜନାରେ ଏଫପିସିଏସ୍ଓ ମାର୍ଟ ସଂଗଠନ ମାଧ୍ୟମରେ ଓପେକେରା ସ‌ହଯୋଗରେ ଜୁନାଗଡ ସଫଳ ଚାଷୀ ଉତ୍ପାଦକ ଗୋଷ୍ଠୀ ପକ୍ଷରୁ ସ୍ଵାଦିଷ୍ଟ ଆମ୍ରପଲ୍ଲୀ ଆମ୍ବ ନୁଆ ଦିଲ୍ଲୀ ମଦର ଡାଇରୀକୁ ପଠାଯାଇଛି। ସଫଳ ଋଷୀ ଉତ୍ପାଦକ ଗୋଷ୍ଟୀର ନିର୍ଦ୍ଦେଶକ ବଂଶୀଧର ନାୟକ, ମୁଖ୍ୟ କାର୍ଯ୍ୟ ନିର୍ବାହ ଅଧୂକାରୀ ସୁକଦେବ ଏବଂ ଜେ ଫାର୍ମର ସର୍ଭିସର ଫିଲ୍ଡ ଅଫିସର ଚନ୍ଦନ ଖାଡଙ୍ଗାଙ୍କ ମିଳିତ ଉଦ୍ୟମରେ ଏହି ସ୍ବାଦିଷ୍ଟ ଆମ୍ବ ନୂଆଦିଲ୍ଲୀକୂ ପଠାଯାଇଛି। ଜେଫାର୍ମ ସର୍ଭିସର ଫିଲ୍ଡ ଅଫିସର ଚନ୍ଦନ ଖାଡଙ୍ଗାଙ୍କ ସକ୍ରିୟ ସହଯୋଗରେ କୃଷକଙ୍କ ଉତ୍ପାଦିତ ସାମଗ୍ରୀର ସଠିକ ବଜାର କରାଯାଉଥିବାରୁ କୃଷକ ନିଜ ଉତ୍ପାଦିତ ସାମଗ୍ରୀର ସଠିକ ମୂଲ୍ୟ ପାଇ ପାରୁଛନ୍ତି। ନିକଟରେ କଳାହାଣ୍ଡି ଜୁନାଗଡ ଅଂଚଳରୁ ଉତ୍ପାଦିତ କଦଳି ଦୁବାଇ ବଜାରକୁ ପଠାଯାଇଥିଲା।