ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୂଜ୍(କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ପଂଚାୟତ ଅଧିନ ପିତାରିଗୁଡା ଗାଁ ରେ ୫ ଦିନ ହେଲା ବିଜୁଳି ନାହିଁ। ବର୍ଷା ଓ ଘଡଘଡି ହେବା ଫଳରେ ଟ୍ରାନ୍ସଫର୍ମର ପଡ଼ିଯାଇଛି । ୫ ଦିନ ହେଲା ଅନ୍ଧାର ରେ ରହିଛନ୍ତି ଗ୍ରାମବାସୀ। ଏ ସମ୍ପର୍କରେ ସେମାନେ ବିଭାଗୀୟ କର୍ଯ୍ୟଳୟରେ ବାରମ୍ବାର ଅଭିଯୋଗ କରିଛନ୍ତି। ତଥାପି ସୁଦ୍ଧା ସମାଧାନ କରାଯାଉନାହିଁ। ଫଳରେ ପିଲାଙ୍କ ପାଠପଢା ସାଙ୍ଗକୁ ଗାଁରେ ସାମୂହିକ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେଉଛି। ନୂତନ ଟ୍ରାନ୍ସଫର୍ମର ପାଇଁ ଗ୍ରାମବାସୀ ବିଦ୍ୟୁତ୍ ଅଫିସ ଯାଇ କନିଷ୍ଟ ଯନ୍ତ୍ରୀ ଲକ୍ଷ୍ମଣ ସାହୁ ଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଟ୍ରାନ୍ସଫର୍ମର ନ ଲାଗିବାରୁ ଅସନ୍ତଶ ଦେଖାଦେଇଛି । ଗ୍ରାମବାସୀ କହିବା ଅନୁସାରେ ଗାଁର ଅନେକ ଉପଭକ୍ତ ପାପଡାହାଣ୍ଡି ବିଦ୍ୟୁତ୍ ଅଫିସ କୁ ଯାଇଥିଲେ। ବିଦ୍ୟୁତ୍ ବିଲ୍ କିଛି ବକେୟା ଥିବାରୁ କନିଷ୍ଟ ଯନ୍ତ୍ରୀ ପ୍ରଥମେ ୫୦ ହଜାର ଟଙ୍କା ପୈଠ କରିବା ପାଇଁ କହିଥିଲେ । ପରେ ଗାଁ ଲୋକେ ଚାନ୍ଦା ଆଦାୟ କରି ୫୦ ହଜାର ପୈଠ କରିବାପାଇଁ ପୁଣି ବିଦ୍ୟୁତ୍ କାର୍ଯ୍ୟାଳୟ କୁ ଯିବାରୁ ୭୦ ହଜାର ପୈଠ କରିବା ପାଇଁ ଯନ୍ତ୍ରୀ କହିଥିଲେ । ପରେ ଏହାକୁ ନେଇ କଥା କଟାକଟି ହେବା ସହ ନୂତନ ଟ୍ରାନ୍ସଫର୍ମର ଲଗାନଗଲେ ବିଦ୍ୟୁତ୍ ଅଫିସ ଆଗରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।ଏନେଇ ଆମେ ବିଦ୍ୟୁତ୍ ବିଭାଗ କନିଷ୍ଟ ଯନ୍ତ୍ରୀ ଲକ୍ଷ୍ମଣ ସାହୁ ଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଗାଁ ମଧ୍ୟରେ ବିଦ୍ୟୁତ୍ ବିଲ୍ ଅଧିକ ବକେୟା ଥିବାରୁ ନୂତନ ଟ୍ରାନ୍ସଫର୍ମର ଲଗାଇବା ପାଇଁ ୭୦ ହଜାର ପୈଠ କଲେ ନୂତନ ଟ୍ରାନ୍ସଫର୍ମର ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ନୂତନ ଟ୍ରାନ୍ସଫର୍ମର ପାଇଁ ବ୍ୟବସ୍ଥା କରିବୁ ଓ ପୈଠ କରିଥିବା ପଇସା ବକେୟା ବିଲ୍ ରୁ ରିହାତି ଦିଆଯିବ ବୋଲି କହିବା ସହ ପୂର୍ବ ପରି ବିଜୁଳି ସେବା ସ୍ଵାଭାବିକ ହେବ ବୋଲି କହିଥିଲେ । କିନ୍ତୁ ଗ୍ରାମବାସୀ ଙ୍କ ପାଖେ ଏତେ ପଇସା ପୈଠ କରିବା ପାଇଁ ସମର୍ଥ ନଥିବାରୁ ସେମାନେ ୫ ଦିନ ହେଲା ଅନ୍ଧାର ରେ ରହିଆସିଛନ୍ତି । ଯଥା ଶୀଘ୍ର ନୂତନ ଟ୍ରାନ୍ସଫର୍ମର ଲଗାଇବା ପାଇଁ ପ୍ରଶାସନ କୁ ଗ୍ରାମବାସୀ ଗୁହାରି କରିଛନ୍ତି ଯଦି ଦିନେ ଦୁଇ ଦିନ ଭିତରେ ନୂଆ ଟ୍ରାନ୍ସଫର୍ମର ଲଗା ନ ଯାଏ ତାହା ହେଲେ ଜିଲ୍ଲାପାଳ ଅଫିସ ଘେରାଉ କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।