କେସିଙ୍ଗା ସିଟିଜନ ଫୋରମ୍ ର ମାସିକ ବୈଠକ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଥିବା କେସିଙ୍ଗା ସିଟିଜନ ଫୋରମ୍ ର ମାସିକ ବୈଠକ ଫୋରମ୍ ସଭାପତି ଡ ହେମସାଗର ସାହାଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ବିଦ୍ୟାପୀଠ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ବୈଠକରେ ଆରମ୍ଭରେ ସମ୍ପାଦକ ବିସିଏସ୍ ଆଚାରି ପୂର୍ବ ବୈଠକର ବିବରଣୀ ପଠନ ପରେ ଦୃଢ଼ୀକରଣ କରାଯାଇଥିଲା। ଉକ୍ତ ବୈଠକରେ ଡ. ସାହା କେସିଙ୍ଗା ସହର ର ବିଭିନ୍ନ ସମସ୍ୟା ଉଥାପନ କରିଥିଲେ। ଏଥିରେ ପୋଲିସ ବିଭାଗର ନିଷ୍କ୍ରିୟତା ଯୋଗୁଁ ବେଆଇନ ମଦବିକ୍ରି ପ୍ରସଙ୍ଗ ଓ ପୋଲିସ ବିଭାଗ ପକ୍ଷରୁ କେସିଙ୍ଗା ରେ କମ ପୋଲିସ୍ କର୍ମୀ ନିଯୁକ୍ତି ଥିବାରୁ ଜନସାଧାରଣଙ୍କ ସେବାରେ ବାଧା ଉପୁଜୁଥିବା ଫଳରେ କେସିଙ୍ଗା ଥାନା ରେ ଅଧିକ ପୋଲିସ୍ କର୍ମୀ ନିଯୁକ୍ତି, କେସିଙ୍ଗା ସରକାରୀ ଚିକିତ୍ସାଳୟରେ ଦୀର୍ଘ ୧୫ ବର୍ଷ ହେଲା ମେଡ଼ିସିନ୍ ବିଶେଷଜ୍ଞ ଖାଲି ଥିବା ଯୋଗୁ ତୁରନ୍ତ ନିଯୁକ୍ତି, ବର୍ତ୍ତମାନ ପ୍ରସୂତି ବିଭାଗ ରେ ଅନେକ ଗର୍ଭବତୀ ମହିଳା ଆସୁଥିବାବେଳେ ଚିକିତ୍ସାଳୟରେ ଜଣେ ପ୍ରସୂତି ବିଶେଷଜ୍ଞ ଥିବାବେଳେ ଆଉ ଏକ ବିଶେଷଜ୍ଞର ଆବଶ୍ୟକ, ଚିକିତ୍ସାଳୟରେ ପୂର୍ବରୁ ରକ୍ତ ଭଣ୍ଡାର ଥିବାବେଳେ ବର୍ତ୍ତମାନ ତାହା ବନ୍ଦ ହୋଇଥିବାରୁ ତାହାକୁ ପୁଣିଥରେ ଆରମ୍ଭ କରିବା, ନିଦାନ ସ୍କିମ ତରଫରୁ ରକ୍ତ ସଂଗ୍ରହ କରିବା, ରୋଗୀ ସଂଖ୍ୟା ବୃଦ୍ଧି ଯୋଗୁଁ ସେମାନଙ୍କ ପାଇଁ ଶଯ୍ୟା ଅଭାବ ଥିବାରୁ ଆଉ କେତେ ଶଯ୍ୟା ଆବଶ୍ୟକ ପୁରଣ, ବାଲସି, ସିରୋଲ୍ ଓ ପରଲସିଙ୍ଗା ପଞ୍ଚାୟତକୁ ନେଇ ଏକ ସ୍ଵତନ୍ତ୍ର ମେଗା ପ୍ରୋଜେକ୍ଟ ସ୍ଥାପନ କରାଯାଇ କେସିଙ୍ଗା ତେଲ ନଦୀରୁ ଜଳ ସଂଯୋଗ କରିବା ପାଇଁ ଦାବି ହୋଇଛି। ଶେଷରେ ସିଟିଜନ ଫୋରମ ର ପରାମର୍ଶ ଦାତା ବିନୟ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବେଆଇନ ମଦ ବିକ୍ରି ଓ ମେଡିକାଲର ଅବ୍ୟବସ୍ଥା ଉପରେ ଆଲୋଚନା

ଉକ୍ତ ବୈଠକରେ ଫୋରମ ପକ୍ଷରୁ ହରିଶଙ୍କର ଭୋଇ ରଞ୍ଜନ କୁମାର ପଣ୍ଡା, ରମେଶ କୁମାର ଜେନା, ବି ମୁରଲୀଧର ଆଚାରି, ଉମାଶଙ୍କର ସାହୁ, ବୈଷ୍ଣବ ଚରଣ ସାହା, ଶତ୍ରୁଘନ ନାଏକ, ହରିଶଙ୍କର ପୁଟେଲ, ବିଦ୍ୟାଧର ସାହୁ, ବେଣୁଧର ମହଲା,ଡମ୍ବରୁଧର ଭୋଇ ପ୍ରମୁଖ ଉପସ୍ଥିତ ଥିଲ।