କେସିଙ୍ଗା ଏନ୍ଏସି ବୁଲିବା ପାଇଁ ବାହାରିଲା ବିକାଶ ବାହାନ ରଥ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ର ୧୨ ଗୋଟି ୱାର୍ଡ ରେ ଦୁଇଦିନ ପାଇ ବିକାଶ ବାହାନ ବୁଲିବା ପାଇଁ ଆଜି ସକାଳୁ ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ ଏନ୍ଏସି କାର୍ଯ୍ୟାଳୟ ଠାରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉକ୍ତ ବାହାନ ଦିନକୁ ୬ ଗୋଟି ୱାର୍ଡ ବୁଲି ରାଜ୍ୟ ସରକାରଙ୍କ ଏକ ବର୍ଷ ର ବିକାଶ ବିଷୟରେ ୱାର୍ଡବାସୀଙ୍କୁ ଅବଗତ କରାଇବ। ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ,ଟାଉନ ନୋଡାଲ ଅଫିସର ନାରାୟଣ ମହାରଣା, ବିକାଶ ବାହାନ ନୋଡାଲ ଅଫିସର ନାରାୟଣ ସେନ, ମୋହନ ସାହୁ, ନୃସିଂହ ଚରଣ ବେହେରା,ଦିବାକର ଜେନା ଶ୍ରୀନିବାସ ଶ୍ରିନୁ,ଆକୁଳ ନାଏକ, ଗଦାଧର ସିଂଦେଓ, ରମାକାନ୍ତ ଜେନା, ଧରଣୀଧର ନାଏକ, ସମସ୍ତ ୱାର୍ଡ କାଉନସିଲରଙ୍କ ସମେତ ଏନ୍ଏସିର ସମସ୍ତ କର୍ମଚାରୀ, ସ୍ୱଚ୍ଛସାଥୀ, ୱାର୍ଡ କୋଡ଼ି ନେଟର ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।