ନିଟ୍ ପରିକ୍ଷାରେ କୃତକାର୍ଯ୍ୟ ହେଲେ ବିଶାଳ ଅଗ୍ରୱାଲ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ କୋକସରା ବ୍ଳକ ସଦର ପଞ୍ଚାୟତର ଛାତ୍ର ବିଶାଳ ଅଗ୍ରୱାଲ ସଫଳତା ହାସଲ କରିଛନ୍ତି। ସେ ସର୍ବ ଭାରତୀୟରେ ୨୩ ଲକ୍ଷ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୫୩୦ ରେଙ୍କ ରେ ରହିଛନ୍ତି। ତାଙ୍କର ଏହି ସଫଳତାରେ ବାପା ପ୍ରମୋଦ ଅଗ୍ରୱାଲ, ମାତା ପୂଜା ଅଗ୍ରୱାଲ ଓ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ବିଶାଳ ଆଗକୁ ଡାକ୍ତର ହୋଇ ଲୋକଙ୍କ ସେବା କରିବି ବୋଲି ପ୍ରକାଶ କରିଛନ୍ତି। ସେ ଗତ ବର୍ଷ (ଜେଇ) ପାଇକି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ଏହି ସଫଳତା ପରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।