ତେନ୍ତୁଳଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ସାରା ରାଜ୍ୟରେ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ୧ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ଏବଂ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଏଲ ଇ ଡି ଓ ବିକାଶ ବାହନ ରଥ ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପଲବ୍ଧି କୁ ପ୍ରଚାର ପ୍ରସାର କରା ଯାଉଥିବା ବେଳେ ତେନ୍ତୁଳଖୁଣ୍ଟି ବ୍ଳକର ଆଠ ଗୋଟି ଗ୍ରାମ ପଞ୍ଚାୟତରେ କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ଆଜି ପୂଜାରିଗୁଡା ଗ୍ରାମ ପଞ୍ଚାୟତ ଏବଂ ତେନ୍ତୁଳଖୁଣ୍ଟି ଠାରେ ବିକାଶ ମେଳା ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଉପସ୍ଥିତ ରହି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କର ଗରିବ କଲ୍ୟାଣ ଯୋଜନା, କୃଷକଙ୍କର ଆୟ ଦ୍ୱିଗୁଣ କରିବା, ସମାଜର ଶେଷ ଧାଡିରେ ଥିବା ଲୋକଙ୍କୁ ସଶକ୍ତ କରିବା,ଏବଂ ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ଗୁଡିକର ସଫଳ ରୂପାୟନ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ। ଆଗାମୀ ଭବିଷ୍ୟତରେ ମଧ୍ୟରେ ଏହି ଭଳି ଅନେକ କଲ୍ୟାଣ କାରୀ ଯୋଜନା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ ବୋଲି ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ। ନିଳେନ୍ଦ୍ରୀ ନାୟକ, ଉପାଧ୍ଯକ୍ଷ ରାଜେନ୍ଦ୍ର ବିଷୋୟୀ, ପୂଜାରିଗୁଡା ସରପଞ୍ଚ ଅନାଦି ମାଝୀ, ଜିଲ୍ଲା ସଭାପତି କୁଞ୍ଜବିହାରି ଦାଶ, ସାଂସଦ ପ୍ରତିନିଧି ସନ୍ତସ କୁମାର ପାତ୍ର ,ପୂର୍ବତନ ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ, ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ନାୟକ, ଅଭିମନ୍ୟୁ ହରିଜନ, ହରେକୃଷ୍ଣ ମୁଦୁଲି ,ଧରଣୀଧର ସିଂହ ମଞ୍ଚାସିନ ରହିଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମର ଆୟଜନରେ ପୂଜାରିଗୁଡା ପିଓ ସ୍ୱାଗତିକା ସାହୁ, ଓ ଏ ସି ଡି ଓ ଅନନ୍ତ ପୂଜାରୀ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ବ୍ଳକ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ପୂଜାରିଗୁଡା ସରପଞ୍ଚ ଶ୍ରୀମତୀ ମାଝୀ ଉପସ୍ଥିତ ଅଥିତି ଓ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।