ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଆସନ୍ତା ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ୧୬ତମ ଜନଗଣନା ଆରମ୍ଭ ହେବ। ଏଥିଲାଗି ସୋମବାର ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଜନଗଣନା ପ୍ରକ୍ରୟା ୩ ବର୍ଷ ଧରି ଚାଲି ଚାଲିବ ଏବଂ ୨୦୩୦ରେ ଏହାର ଚୁଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇବ। ଜନଗଣନା ରିପୋର୍ଟକୁ ଆଧାର କରି ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଯୋଜନା ପ୍ରସ୍ତୁତ ହେବ। ତେଣୁ ସଠିକ ଏବଂ ନିର୍ଭୁଲ ଜନଗଣନା କରିବାକୁ ଦାବି କରିଛି ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ ଶାଖା ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ ଭାଜପର ଆଭିମୁଖ୍କୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଶେଷ ଥର ଭାରତରେ ଜନଗଣନା ୨୦୧୧ରେ ହୋଇଥିଲା। ଏହା ପରେ ୨୦୨୧ରେ କୋଭିଡ ମହାମାରୀ ଯୋଗୁ ଜନଗଣନା ସ୍ଥଗିତ ରହିଥିଲା। ୬ ବର୍ଷ ବିଳମ୍ବରେ ଏହା ହେବାକୁ ଯାଉଛି । ଏଥର ପ୍ରଥମ ଥର ପାଇଁ ଦେଶରେ ଜାତିଭିତ୍ତିକ ଜନଗଣନା କରାଯିବ। ୨୦୨୬ ଜାତିଭିତ୍ତିକ ଗଣନା ଲାଗି ବ୍ୟବସ୍ଥା ଦୁଇଟି ପର୍ଯ୍ୟାୟରେ କରାଯିବା ପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଥିଲେ ମଧ୍ୟ ଜନଗଣନା ପାଇଁ ସ୍ଥିର କରାଯାଇଥିବା ଲମ୍ବିତ ସମୟ ସୀମା ସରକାଙ୍କ ଆଭିମୁଖ କୁ ସନ୍ଦେହ ଘେରକୁ ଟାଣି ନେଉଛି।୨୦୨୬ ରେ ଗଣନା ଆରମ୍ଭ ହୋଇ ୨୦୩୦ରେ ଜନଗଣନା ରିପୋର୍ଟ ଆସିବ। ୨୦୨୯ ସାଧାରଣ ନିର୍ବାଚନରେ ପଛୁଆ ବର୍ଗଙ୍କୁ ସମାନୁପାତିକ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବାର ସମ୍ଭାବନା ନାହିଁ। ୨୦୩୦ରେ ଜନଗଣନା ରିପୋର୍ଟ ଆସିବା ପରେ ଏହି ଆଧାର ରେ ପରବର୍ତ୍ତୀ ନିର୍ବାଚନ ଗୁଡ଼ିକରେ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ଯାହା ୨୦୨୯ ସାଧାରଣ ନିର୍ବାଚରେ ପଛୁଆ ବର୍ଗଙ୍କୁ ଭାଗିଦାରୀ ନଦେବା ପାଇଁ ଏକ ସୁଚିନ୍ତିତ ଷଡଯନ୍ତ୍ର। ସରକାର ସ୍ପଷ୍ଟ ଭାବରେ କହିବା ଉଚିତ ଯେ ଜନଗଣନା ପାଇଁ ଆବଶ୍ୟକ ପାଣ୍ଠି ପ୍ରାୟ ୧୦,୦୦୦ କୋଟି ଟଙ୍କା ଥିବାବେଳେ ୫୭୪ କୋଟି ଟଙ୍କାର “କମ୍ ବଜେଟ୍” ଆବଣ୍ଟନ କରାଯିବର କାରଣ କଣ ଏଥି ସହିତ ଜନଗଣନା ରିପୋର୍ଟ ସାଧାରଣ ନିର୍ବାଚନ ୨୦୨୯ ପୂର୍ବରୁ ପ୍ରକାଶ ନକରି ୨୦୩୦ କରିବା ନିଷ୍ପତି ପଛୁଆ ବର୍ଗଙ୍କ ହିତ ବିରୋଧୀ ବୋଲି କହି ସରକାରଙ୍କ ଆଭିମୁଖ୍ୟକୁ କଡା ସମାଲୋଚନା କରିଛନ୍ତି।