ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା):୨୪ ବର୍ଷ ଧରି ଓଡ଼ିଶାରେ ସୁଶାସନ କରିଆସିଥିବା ସାଢ଼େ ଚାରି କୋଟି ଲୋକଙ୍କ ପରିବାରର ସଦସ୍ୟ ତଥା ବିଜୁଜନତା ଦଳର ମୁଖ୍ୟ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା ନେଇ ମୁମ୍ବାଇ ଯାଇଛନ୍ତି। ଏହାକୁ ନେଇ ସାରା ଓଡ଼ିଶାରେ ମନ୍ଦିରରେ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପ ପ୍ରଜ୍ବଳନ କରିଥିବା ବେଳେ ସେପରି କଳାହାଣ୍ଡି ଜିଲ୍ଲା ମ.ରାମପୁର ତାରୀଣୀ ପୀଠରେ ଓକିଲ ସଂଘ ସଭାପତି ଜୟକୁମାର ସିଂହ ଦେଓଙ୍କ ନେତୃତ୍ବରେ ମାଁ ତାରିଣୀ ପୀଠରେ ନବିନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପ ପ୍ରଜ୍ବଳନ କରାଯାଇଥିଲା ପ୍ରଥମେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓଙ୍କ କରକମଳରେ ଦୀପ ପ୍ରଜ୍ବଳନ ପରେ ସମସ୍ତ ସଦସ୍ୟ ମାନେ ଦୀପ ପ୍ରଜ୍ବଳନ କରିଥିଲେ ଆଇନଜୀବି ତଥା ଓକିଲ ସଂଘ ସମ୍ପାଦକ ସପନ୍ କୁମାର ପଟ୍ଟନାୟକ, ରାଜ ପରିବାରର ହିରେନ୍ଦ୍ର ପ୍ରତାପ ସିଂହ ଦେଓ, ଅଶ୍ବିନୀ କୁମାର ପଣ୍ଡା, ଆଶିଷ କୁମାର ମିଶ୍ର, ବିଜେଡି ଦଳ ଯୁବ ବ୍ଲକ ସଭାପତି ତଥା ଆଇନଜୀବୀ ସତ୍ୟ ନାରାୟଣ ସାହୁ, ମ.ରାମପୁର ବ୍ରାହ୍ମଣ ସମାଜ ସଭାପତି ଶିବ ପ୍ରସାଦ ସତପଥି,ଲଳିତ ମହାକୁଡ଼, ସମ୍ବାଦିକ ଉଦ୍ଧବ ପଣ୍ଡା, ସନ୍ତୋଷ କୁମାର ମିଶ୍ର ଯୋଗଦେଇଥିଲେ। ସେହିପରି ନୁନପୁର ଜଗନ୍ନାଥ ମନ୍ଦିରରେ ବିଜେଡି ଦଳର ବରିଷ୍ଠ କର୍ମକର୍ତ୍ତା ପେମସାଗର ନାଏକଙ୍କ ନେତୃତ୍ବରେ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପ ପ୍ରଜ୍ବଳନ କରିଥିଲେ।