ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚୁରା ପାହାଡ଼ଠାରେ ଆଜି କଳାହାଣ୍ଡି ଚିତ୍ରଶିଳ୍ପୀଙ୍କ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜିଲ୍ଲା ସଭାପତି ହିମାଂଶୁ ଶେଖର ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଚିତ୍ରଶିଳ୍ପୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଗାମୀ ଦିନରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯିବ ବୋଲି ମତ ପ୍ରକାଶ ପାଇଛି। ଏହି କ୍ରମରେ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିଲା। ସଭାପତି ଭାବରେ ଚିତ୍ରସେନ ଭୋଇ, ଉପସଭାପତି ସୁଧନ୍ୟ ବୋଡେକ, ସାଧାରଣ ସମ୍ପାଦକ ତ୍ରିଲୋଚନ ସାହୁ, ସହ ସମ୍ପାଦକ ସୁବାଷ ଚନ୍ଦ୍ର ବାଗ, କୋଷାଧକ୍ଷ ସୁବାଷ ଚନ୍ଦ୍ର ନାଏକ, ଆବାହକ ପିଣ୍ଟୁ ନାଏକ ଓ ଶକ୍ତି ମାଝୀଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା।