ବ୍ଳକସ୍ତରୀୟ ସ୍ଥାୟୀ ଜୀବନଶୈଳୀ ପ୍ରଦର୍ଶନୀ କାର୍ଯ୍ୟକ୍ରମ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ସଦର ମହକୁମା ସ୍ଥିତ ଜବାହର ଉଚ୍ଚ ବିଦ୍ୟାଳୟଠାରେ ଶୁକ୍ରବାର ବ୍ଳକସ୍ତରୀୟ ‘ସ୍ଥାୟୀ ଜୀବନଶୈଳୀ’ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତେଜେଶ୍ୱର ସାହୁ, ମଙ୍ଗୁ ଚରଣ ମୁଦୁଲି, ସଞ୍ଜୟ ନାରାୟଣ ଖଡ଼ଙ୍ଗା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବ୍ଳକର ୨୨ ଗୋଟି ପଞ୍ଚାୟତର ୨୫ଟି ସ୍କୁଲର ୫୦ଜଣ ଛାତ୍ରଛାତ୍ରୀ ୩୬ଟି ପ୍ରକଳ୍ପ ପ୍ରଦର୍ଶନ କରିବା ସହ ଉପସ୍ଥାପନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରଦର୍ଶିତ ପ୍ରକଳ୍ପ ଦେଖି ଅତିଥି ମାନେ ଆନନ୍ଦ ପ୍ରକାଶ କରିଥିଲେ।‌ ଦିତୀୟ ଅଧିବେଶନ ତଥା ଉଦଯାପନୀ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ସଭାପତିତ୍ବ କରିଥିଲେ। ଏଥିରେ କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ମୁଖ୍ୟ ଅତିଥି, ଆମେରିକେନ୍ ୟୁନିଭରସିଟି କେମେଷ୍ଟ୍ରୀ ବିଭାଗର ପ୍ରଫେସର୍ ଡ଼ା. ଦିଗାମ୍ବର ପାତ୍ର ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଲଡୁଗାଁ କଲେଜ ଅଧ୍ୟକ୍ଷ ଡ଼ା. ନିହାରକାନ୍ତ ପଣ୍ଡା, ଡିଏସ୍ଏସ୍ ଦୁଷ୍ମନ୍ତ ପାଢ଼ୀ, ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରଏନଗୁଡା ଓମ୍ ତାଣ୍ଡି ଏହି ପ୍ରଦର୍ଶନୀରେ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ଦ୍ବିତୀୟ ସ୍ଥାନ ଜବାହର ଉଚ୍ଚ ବିଦ୍ୟାଳୟର ଅଙ୍କିତା ପଟ୍ଟନାୟକ ଏବଂ ତୃତୀୟ ସ୍ଥାନ ଓଡିଶା ଆଦର୍ଶ ବିଦ୍ୟାଳୟର ଅନ୍ୟା ଅଗ୍ରୱାଲ ହାସଲ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶିକ୍ଷକ ହେମନ୍ତ ମାଝୀ, ଶିକ୍ଷୟତ୍ରୀ ବନିତା ରାଣୀ ଦତ୍ତ୍ୱ, ସୀମା ରାଣୀ ସିଂ, ରଶ୍ମିତା ନିଆଲ, ଏନସିସି ଏଏନ୍ଓ ଅମିତ କୁମାର ମହାନ୍ତି, ଶିକ୍ଷକ ସୁନୀଲ କୁମାର ବିଷୋୟୀ, ଟଙ୍କଧର ଶବର, ଦେବାଶିଷ ସାହୁ, ତୁଳସି ରାମ ଚଳାନ, ପ୍ରତ୍ୟୁଷ ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାଉଡୋଲା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।