ଶୋଚନୀୟ ଅବସ୍ଥାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା

ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : ସାଧାରଣ ଜନତାଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ରାସ୍ତା ନିର୍ମାଣ ନେଇ କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି। ହେଲେ ଠିକାଦାରଙ୍କ ମନମାନି କାମ ନେଇ ରାସ୍ତା ମାନ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଏକ ବର୍ଷ ନପୁରୁଣୁ ରାସ୍ତା ବେହାଲ। ଏଭଲି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଦୁର୍ଗମ ଅଞ୍ଚଳ ମୋହନ୍ ଗିରି ପଞ୍ଚାୟତ ଅନ୍ତର୍ଗତ ପଣ୍ଡା ପଦର ଗାଁଠାରୁ ଧନପୁର ଗାଁ କୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା। ଏହି ରାସ୍ତା ଅତି ଶୋଚନୀୟ, ବର୍ଷେ ନପୁରୁଣୁ ରାସ୍ତା ବେହାଲ ହୋଇ ଖାଳଖମାରେ ଭରପୁର।  ଠିକାଦାର ମାଲେମାଲ, ଆଦିବାସୀ ମାନଙ୍କ ସରଲ ବିଶ୍ବାସକୁ ନେଇ ଏଭଲି ରାସ୍ତା କାମ କରାଯାଉଅଛି। ରାସ୍ତାରେ ଭଲ ଭାବରେ ରୋଲର ଚପା ଯାଇ ନାହିଁ, ଯାଫଳରେ ରାସ୍ତା ଦବି ଯାଇ ଆଣ୍ଠୁଏ ଲେଖାଏଁ ଖାଳଖମ। ଏହି ରାସ୍ତା ପ୍ରତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବିଭାଗିୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବା ପାଇଁ ଅଞ୍ଚଳ ବାସୀ ଙ୍କ ଦାବି ହେଉଛି ।