କେନାଲରେ ଭାସିଥିବା ଯୁବକର ମୃତ ଦେହ ଉଦ୍ଧାର

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୂଜ୍ (ଚିତ୍ରସେନ ବାଗ) : ଗତ ୨୪ ତାରିଖ ଗୁରୁବାର ଅପରାହ୍ନ ସନ୍ଧ୍ୟା ୫ଟା ସମୟରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମଙ୍ଗଳପୁର ଗ୍ରାମ ପଞ୍ଚାୟତ ଜୁନାପାଣି ଗ୍ରାମର ଭିନ୍ନକ୍ଷମ ଯୁବକ ମାଗୁ ମାଝୀ(୨୮) ଇନ୍ଦ୍ରାବତୀ ଟେଲରେସ କେନାଲରେ ଭାସିଯାଇ ନିଖୋଜ ହୋଇଯାଇଥିଲେ।ତେବେ ଆଜି ତାଙ୍କର ମୃତ ଦେହକୁ ଧନସୁଲି କେନାଲରେ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ତାଙ୍କର ମୃତ୍ୟୁ କୁ ନେଇ ପରିବାର ମଧ୍ୟରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି। ଏ ନେଇ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ମୃତ ଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।