ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୂଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ, ରାମପୁର ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଶେଷ ସୂତ୍ରରୁ ମ, ରାମପୁର ଅବକାରୀ ବିଭାଗ ଅଧିକାରୀ ଦେବାଶିଷ ଶ୍ରୀଧର ନେତୃତ୍ବରେ ପୂର୍ବ ଯୋଜନା ଅନୁଯାୟୀ ପଣ୍ଡକାମାଲ ଛକ ନିକଟରେ ଆଜି ସକାଳୁ ସନ୍ଦେହରେ ଏକ ମାରୁତି କାରରେ ଉର୍ଲାଦାନୀ ଅଞ୍ଚଳ ରୁ ଛତିଶଗଡ଼ ଯାଉଥିବା ସମୟରେ ଅଟକାଇଥିଲେ ଦେଖିବାକୁ ପାଇଥିଲେ ଗଞ୍ଜେଇ ଭର୍ତ୍ତି ଦେଖି ଜଣଙ୍କୁ କାବୁ କରିଥିଲେ ଅପରାଧୀ ବନଣ୍ଟି ଛତ୍ରୀଆ କୁ ଗିରଫ କରିଥିବା ବେଳେ ମାରୁତି ସୁଜକି କାର 48କେଜି ଗଞ୍ଜେଇ ତାହାର ଆନୁମାନିକ ମୂଲ୍ୟ ୫୮ ହଜାର ଟଙ୍କାର ଜବତ କରି ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ। ଏଥିରେ ଏଏସଆଈ ଆର୍ତ୍ତତ୍ରାଣ ବହିଦାର, କନେଷ୍ଟବଳ ବାଲେଶ୍ଵର ଧଙ୍ଗଡା ମାଝୀ, ମହିଳା କନେଷ୍ଟବଳ ବିନତା କୁମାର, କନେଷ୍ଟବଳ ସିମାଞ୍ଚଳ ମାଝୀ, କନେଷ୍ଟବଳ ଦୈତ୍ୟାରି ତାଣ୍ଡି, ସମସ୍ତ ଅବକାରୀ ବିଭାଗ କର୍ମଚାରୀ ସହଯୋଗ ରେ ଗଞ୍ଜେଇ ସହ ଜଣ କୁ ଗିରଫ କରିଛନ୍ତି।