ମାଙ୍କଡ଼ ଆକ୍ରମଣରେ ଜଣେ ଗୁରୁତର

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଥୁଆମୂଳ ରାମପୁର ବ୍ଲକରେ ଦିନକୁ ଦିନ ମାଙ୍କଡ଼ ମାନଙ୍କ ଦୌରାତ୍ମ୍ୟ ବଢି ଚାଲିଥିବା ବେଳେ ମଣିଷ ମାନଙ୍କୁ ଆକ୍ରମଣ କରିବାରେ ପଛାଉନଥିବା ଦେଖିବାକୁ ମିଳୁଛି। ଆଜି ସ୍ଥାନୀୟ ଶିବ ମନ୍ଦିର ପଡାର ବିଦୁ ଖରସେଲ ନାମକ ଜନୈକ ବ୍ୟକ୍ତି ବାଟରେ ଠିଆ ହୋଇଥିବା ବେଳେ ହଠାତ ମାଙ୍କଡ଼ ଆସି ଗୋଡ଼କୁ ଆକ୍ରମଣ କରିଥିଲା।ଫଳରେ ବିଦୁ ଗୁରୁତର ଆହତ ହୋଇଥିଲେ। ବିଦୁଙ୍କୁ ଚିକିତ୍ସା ନିମନ୍ତେ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଭ୍ୟାକସିନ ଦିଆଯାଇଥିଲା। ଅନ୍ୟ ପକ୍ଷରେ ବ୍ଲକ ମୁଖ୍ୟାଳୟରେ ମାଙ୍କଡ଼ ପ୍ରାଦୁର୍ଭାବ ଦେଖିବାକି ମିଳିଛି। ଅନେକ ଦୂରଦୂରାନ୍ତରୁ ଆସିଥିବା ଲୋକଙ୍କୁ ହଇରାଣ ହରକତ କରୁଥିବା ସହିତ ଆକ୍ରମଣ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି। ମାଙ୍କଡ଼ ମାନଙ୍କ ଏଭଳି ସ୍ବଭାବ ଯୋଗୁଁ ଅଞ୍ଚଳରେ ଲୋକଙ୍କ ପାଇଁ ଭୟର ବାତାବରଣ ସୃଷ୍ଟି ହେଇଛି।