ବେଆଇନ ମହୁଲ ବିକ୍ରିକୁ ଜବତ ; ଜଣେ ଗିରଫ

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୌଡ଼) : ଅବକାରୀ ବିଭାଗ ପକ୍ଷରୁ ଝରିଗାଁ ଚନ୍ଦାହାଣ୍ଡି ମୁଖ୍ୟରାସ୍ତାରେ ଥିବା କନକ ଦୁର୍ଗା ଇଣ୍ଟରପ୍ରାଇଜ ଦୋକାନକୁ ଚଢ଼ାଉ । ବେଆଇନ ଭାବେ ଓ ବିନା ଲାଇସେନ୍ସରେ ଖୁଲମଖୁଲା ବିକ୍ରି ହେଉଥିବା ମହୁଲ ଜବତ କରିବା ସହ ଜଣେ ବ୍ୟକ୍ତି କୁ ଗିରଫ କରାଯାଇଛି । ଦୋକାନ ଉପରେ ଶନିବାର ନବରଙ୍ଗପୁର ଅବକାରୀ ଅଧକ୍ଷ ପ୍ରତାପ କୁମାର ଦାଶଙ୍କ ନିର୍ଦ୍ଦେଶରେ ଉମରକୋଟ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଦୋକାନରୁ ଭର୍ତ୍ତି ହୋଇଥିବା ମହୁଲ ବସ୍ତା ୧୭କ୍ୟୁଣ୍ଟାଲ ୨କେଜି ଜବତ କରିବା ସହ ଜଣକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ମୋହନ ରାଓଙ୍କ ପୁଅ ରବି ତେଜା(୩୦) ଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢ଼ାଉରେ ଉମରକୋଟ ଅବକାରୀ ବିଭାଗର ଇନ୍ସପେକ୍ଟର ରଞ୍ଜୁଲତା ବାରିକ ସହ ଅବକାରୀ ବିଭାଗ କର୍ମଚାରୀ ସୁଭାଷ ଗୌଡ଼, ସତର ଗୋଣ୍ଡ, ଜୋସନା ହରିଜନ, ଟୁକୁ ଦଳେଇ ପ୍ରମୁଖ ସାମିଲ ହୋଇଥିଲେ।