ମୂର୍ତ୍ତି ନିର୍ମାଣ ପାଇଁ ମାଟି ପୂଜା କଲେ ଦୁର୍ଗା ପୂଜା କମିଟି

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟିରେ ଦୁର୍ଗା ପୂଜା କମିଟି ସଭାପତି ଦୁଷ୍ମନ୍ତ କୁମାର ନାୟକଙ୍କ ଦ୍ଵାରା ଚଳିତ ବର୍ଷ ଦଶହରା ଯଥା ରୀତି ଅନୁସାରେ ପୂର୍ବ ଭଳି ମହା ଆଡ଼ମ୍ବରରେ ପାଳନ କରାଯିବା ନେଇ ଆଲୋଚନା କରାଯାଇ ଥିଲା ସେହି ପ୍ରସ୍ତୁତି ଉପସ୍ଥିତ ସମସ୍ତଙ୍କ ମନ୍ତବ୍ୟ ସୁପରିଚାଳନା ପ୍ରସ୍ତାବ ଗୁରୁତ୍ୱ ଓ ସମ୍ମାନ ଦିଆ ଯିବା ସହ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପବିତ୍ର ଜନ୍ମାଷ୍ଟମୀରେ ମା ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ମାଟି ପୂଜା କରାଯାଇ ଥିଲା। ଏଥିରେ ମୁଖ୍ୟ ପୂଜକ ଭାବେ ସୁବାଷ ତ୍ରିପାଠୀ ସହଯୋଗୀ ଭାବେ ରବୀନ୍ଦ୍ର ଶତପଥୀ, ମିଟୁ ଚୌଧୁରୀ କର୍ତ୍ତା ଭାବେ ଅନୁଷ୍ଠାନର ବରିଷ୍ଟ ସଦସ୍ୟ ବାରିଜ କୁମାର ପଟ୍ଟନାୟକ ଆଡମ୍ବର ସହ ରୀତି ନୀତି ଅନୁଯାଇ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ କମିଟିର ସଦସ୍ୟ ପ୍ରଦୀପ ଦାସ, ତୁଷାର , ଭୀମସେନ ପାଣିଗ୍ରାହୀ, ସୁଶାନ୍ତ ଶତପଥୀ, ବି, ପୋଲା ରାଓ, କାଳିଆ ପାତ୍ର, ବିକିବାବୁ ପାତ୍ର, ନବକିଶୋର ସାହୁ, ବାବୁନା ସାବତ, ଅଭି ଜାନି, ଚୁନୁ ପାତ୍ର, ଛବି ପାଣିଗ୍ରାହୀ, ପିଚୋ ଜାନି, ଚିନୁ ପାଣିଗ୍ରାହୀ, ରମାକାନ୍ତ ସାବତ ଦାମୋଦର ଜାନି ଙ୍କ ସମେତ ଗ୍ରାମର ଶତାଧିକ ଭକ୍ତ ଓ ସଦସ୍ୟ ଉପସ୍ଥିତ ରହି ଶଙ୍ଖ, ଘଂଟା, ହୁଳହୁଳିରେ ଗ୍ରାମ ପ୍ରକମ୍ପିତ ହୋଇ ଏକ ସୁନ୍ଦର ପରିବେଶ ସୃଷ୍ଠିହୋଇଥିଲା।