ରାଇରଙ୍ଗପୁର/କ୍ରାନ୍ତିକ୍ଷେତ୍ର : ରାଇରଙ୍ଗପୁର ଉପଖଣ୍ଡ ମୁଖ୍ୟ ଡାକ୍ତରଖାନା ପରିସରରେ ଫାଇଲେରିଆ ରୋଗର ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ ହାଇଡ୍ରୋସିଲ ରୋଗୀ ମାନଙ୍କର ଅସ୍ତ୍ରୋପଚାର ଶିବିର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଲେପ୍ରା ସୋସାଇଟିର ମୟୁରଭଞ୍ଜ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭି.ବି.ଡ଼ି.), ମୟୁରଭଞ୍ଜ ଡାକ୍ତର ବିଜୟ କୁମାର ଦାସ ଏବଂ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡ଼ା ରବୀନ୍ଦ୍ରନାଥ ମାରାଣ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହୋଇଛି। ଏହି ସ୍ଵାସ୍ଥ୍ୟ ଶିବିରରେ ଅଭିଜ୍ଞ ସର୍ଜରୀ ବିଶେଷଜ୍ଞ ଡ଼ା. ସତ୍ୟପ୍ରକାଶ ଧଳ, ଆନାସ୍ଥେସିଆ ବିଶେଷଜ୍ଞ ଡ଼ା. ସିଦ୍ଧାର୍ଥ ପାଣିଗ୍ରାହୀ, ମେଡିକାଲ ଅଫିସର ଡ଼ା ଦେବେନ୍ଦ୍ର ନାଥ ଟୁଡୁଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ୧୨ ଜଣ ହାଇଡ୍ରୋସିଲ ରୋଗୀଙ୍କୁ ମାଗଣା ସଫଳ ଅସ୍ତ୍ରୋପଚାର କରାଯାଇଅଛି। ଏହି ସ୍ୱାସ୍ଥ୍ୟ ଶିବିରରେ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ତପନ କୁମାର ସାହୁ, ଲେପ୍ର ସୋସାଇଟିର ପ୍ରକଳ୍ପ ଅଧିକାରୀ ପ୍ରହଲ୍ଲାଦ ମଙ୍ଗରାଜ, ହସ୍ପିଟାଲ ପରିଚାଳକ ଆଲୋକ କୁମାର ଗୋଛାୟତ, ନର୍ସିଂ ଅଫିସର ସବିତା ଷଡଙ୍ଗୀ, ଭେକ୍ଟର ବାହିତ ରୋଗ ବୈଷୟିକ ପରିଦର୍ଶକ ଦୀପକ କୁମାର ମହାନ୍ତ, ନନ୍ଦୀଶ୍ଵର ମହାନ୍ତ, ପିସିଆଇ ର ରାଜୀବ ଲୋଚନ ଜେନା, ଫାର୍ମାସିଷ୍ଟି ପ୍ରିୟମ ସିଂ ଆଟେଣ୍ଡେଟ ପବିତ୍ର ବେହେରା, ସରସ୍ଵତୀ ବାରିକ, ସୁଇପର ଅଜୟ କାରୁଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

