ରାୟଗଡ଼ା/କ୍ରାନ୍ତିକ୍ଷେତ୍ର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗୁଣ୍ଡିଚା ମନ୍ଦିର ପରିସରରେ ବ୍ଲକର ସମସ୍ତ ଚାଷୀଙ୍କୁ ନେଇ ଏକ ସମ୍ମିଳନୀ ସହ କମିଟି ଗଠନ କରାଯାଇଛି। ଏଥିରେ ବ୍ଲକର ବରିଷ୍ଠ ଚାଷୀ ଦାଶରଥୀ ନାୟକଙ୍କ ସଭାପତିତ୍ୱ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକର ୧୪ଟି ପଞ୍ଚାୟତ ବହୁ ଚାଷୀ ମାନଙ୍କୁ ନେଇ ଏକ ସଂଘଠନ କରିବା ପାଇଁ ନିଷ୍ପତି ନେଇଥିଲେ। ଏଥିରେ ଉପସ୍ଥିତ ଚାଷୀଙ୍କ ମତ ଅନୁଯାୟୀ ଶ୍ରୀନିବାସ ଚୌଧୁରୀଙ୍କୁ ସଭାପତି, ସମ୍ପାଦିକ ଭାବେ ପ୍ରଶାନ୍ତ କୌଶଲ୍ୟା, ଉପସଭାପତି ଯୋଗେନ୍ଦ୍ର ୱାଡକା, ଗୋପୀନାଥ ପେରିସିକା ଙ୍କୁ ଚୟନ କରିବା ସହ ଉପଦେଷ୍ଟା ଭାବେ ବରିଷ୍ଠ ଚାଷୀ ଦାସରଥୀ ନାୟକ ଓ ପ୍ରତ୍ୟେକ ବା ୧୪ ଟି ପଞ୍ଚାୟତ ରୁ ୨ଜଣ ଲେଖାଏଁ ଚାଷୀଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛି। ଉକ୍ତ ବୈଠକରେ ଖରିପ ଚାଷ ପାଇଁ ନିୟନ୍ତ୍ରିତ ବଜାର କମିଟି ବୁଡ଼ାଗୁଡା ଠାରେ ୧୭ ତାରିଖରେ ମଣ୍ଡି ଖୋଲା ଯାଇଛି। ୧୯ ତାରିଖରେ କିଛି ଲୋକଙ୍କୁ ଟୋକେନ ଆସିଥିବାବେଳେ ବହୁଲୋକଙ୍କୁ ଆଜି ପର୍ଯ୍ୟନ୍ତ ଟୋକେନ ଆସିନାହିଁ। ଆଜି ପର୍ଯ୍ୟନ୍ତ ଲ୍ୟାମ୍ପ ପକ୍ଷରୁ ଧାନ କିଣା ଯାଇ ନାହିଁ। ଚାଷୀଙ୍କ ନିଷ୍ପତ୍ତି ଅନୁଯାୟୀ କମିଟି ଦ୍ୱାରା ପ୍ରଶାସନ ମାନଙ୍କୁ ଲିଖିତ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ପ୍ରାୟ ୪ଶହ ଚାଷୀ ଉପସ୍ଥିତ ରହିଥିଲେ।

