କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ଆମପାଣି ମଣ୍ଡଳ କାଉଡୋଲା ଶକ୍ତିକେନ୍ଦ୍ର କୁମୁଡାମୁଣ୍ଡା ଶୈବପୀଠଠାରେ ଆଜି ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ତଥା ସୁଶାସନ ଦିବସ ପାଳିତ ହୋଇଛି। ଆମପାଣି ମଣ୍ଡଳ ବିଜେପି ସଭାପତି ମଧୂବନ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଅଟଳଜୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ଦ୍ଵୀପ ପ୍ରଜ୍ବଳନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ଏବଂ ତାଙ୍କ ସୁସାଶନ ଓ ଜିବନୀ ଉପରେ ବିଶେଷ ଆଲୋଚନା କରାଯାଇଥିଲା। ଏଥିରେ ଆମପାଣି ମଣ୍ଡଳ ସାଧାରଣ ସମ୍ପାଦକ ତୁଲାରାମ ନାଏକ, ପୁର୍ବତନ ମଣ୍ଡଳ ସଭାପତି ଅର୍ଜୁନ ଭାଟି, ପୁର୍ବତନ ମଣ୍ଡଳ ଉପ ସଭାପତି ଚକ୍ରଧର ବେଶ୍ରା, କୃଷ୍ଣ ନାଏକ, କାଉଡୋଲା ଶକ୍ତିକେନ୍ଦ୍ର ପ୍ରମୁଖ ଅବିକ୍ଷିତ ସରାବୁ, ସନ୍ତୋଷ କୁମାର ମାଝୀ, ପାରେଶ୍ଵର ପୁଝାରୀ, ପ୍ରେମଲାଲ ସରାବୁ, ମକରନ୍ଦ ବାଗ, ଉଦେନାଥ ନାଏକ, ରଘୁ ଖମାରୀ ଙ୍କ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

