ବାଲିଗୁଡ଼ା/କ୍ରାନ୍ତି କ୍ଷତ୍ର (ସାମୁଏଲ ପ୍ରଧାନ) : ଦୀର୍ଘ ପାଞ୍ଚ ଘଣ୍ଟା ପରେ ଡ୍ରେନ ରୁ ଉଦ୍ଧାର ହେଲା ଗର୍ଭ ବତୀ ଗାଈ । ଜୀବନ ବଞ୍ଚାଇବା ପାଇଁ ପାଞ୍ଚ ଘଣ୍ଟା ଧରି ହେଉ ଥିଲା ଛଟ ପଟ ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ ଏସି ୧୩ ୱାର୍ଡ଼ ପିଅନ ପଡ଼ା ସାହିରେ । ସ୍ଥାନିୟ ଜୟଚନ୍ଦ୍ର ପଟ୍ଟନାୟକଙ୍କ ଗର୍ଭବତୀ ଗାଈ ଘର ସମ୍ମୁଖରେ ଥିବା ଡ୍ରେନ ଭିତରେ ଗଳି ପଡ଼ିଥିଲି । ଗ୍ରାମବାସି ଗାଈ ଟିକୁ ବାହାରକୁ କାଢି ବାରେ ଅସମର୍ଥ ହେବା ପରେ ଅଗ୍ନିଶମ ବିଭାଗ କୁ ଜଣାଇ ଥିଲେ । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମ ବାସୀଙ୍କ ଉଦ୍ୟମରେ ଡ୍ରେନ ଟିକୁ ଭାଙ୍ଗି ଦୀର୍ଘ ପାଞ୍ଚ ଘଣ୍ଟା ପରିଶ୍ରମ କରି ସୁରକ୍ଷିତ ଭାବେ ଗର୍ଭ ବତୀ ଗାଈ ଟିକୁ ଉଦ୍ଧାର କରିଥିଲେ। ଦୀର୍ଘ ବର୍ଷ ହେବ ଏହି ଡ୍ରେନ ଉପରେ ପ୍ଲେଟ ପଡୁନ ଥିବା ଯୋଗୁଁ ଗୋରୁ ଗାଈ ବିଭିନ୍ନ ସମୟରେ ପଡ଼ି ଆହତ ହେଉଛନ୍ତି। ଏନ ଏସି କର୍ତ୍ତୃ ପକ୍ଷ୍ୟ ଦୃଷ୍ଟି ଦେବା ନିମନ୍ତେ ଅଞ୍ଚଳ ବାସି ଦାବି କରିଛନ୍ତି।

