ଶରତ ଚନ୍ଦ୍ର ସ୍ମାରକୀ ଜାତୀୟ ସ୍ତରୀୟ ଫୁଟବଲ୍ ମହାକୁମ୍ଭ

କୋକସରା/କ୍ରାନ୍ତିକ୍ଷେତ୍ର : ଶରତ ଚନ୍ଦ୍ର ସ୍ମାରକୀ ଜାତୀୟ ସ୍ତରୀୟ ଫୁଟବଲ୍ ମହାକୁମ୍ଭ କୋକସରା ସ୍ପୋର୍ଟସ କ୍ଳବ ଆନୁକୂଲ୍ୟରେ ସ୍ଥାନୀୟ କସ୍ତୁରବା ଖେଳ ପଡିଆରେ ଉଦଘାଟିତ ହୋଇଛି। ଏଥିରେ କୋକସରା ପଞ୍ଚାୟତ ସମିତି ଅଧ୍ୟକ୍ଷା ରିତା ଅଗ୍ରୱାଲ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୋକସରା ଥାନା ଆଇଆଇସି ସୁଜ୍ଞାନ ବାରିକ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଡ଼. ତତ୍ୱଦର୍ଶୀ ଦାସ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ପୁରୁଷୋତ୍ତମ ଗୁପ୍ତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରିବା ସହ ଖେଳର ଶୁଭ ଉଦଘାଟନ କରିଥିଲେ। ଏହି କ୍ରମରେ କୋକସରାର କିଛି ପୂର୍ବତନ ଫୁଟବଲ ଖେଳାଳିଙ୍କୁ ସମ୍ମାନିତ କରାଯାଇଥିଲା। ଉଦଘାଟନୀ ମ୍ୟାଚ୍ ଛତିଶଗଡ଼ ଭିଳାଇ ଓ ବଲାଙ୍ଗୀର ଟିଟିଲାଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ସଂଘର୍ଷ ପୂର୍ଣ ମୁକାବିଲାରେ ଖେଳ ଶେଷ ପର୍ଯ୍ୟନ୍ତ ଭିଳାଇ ଓ ଟିଟିଲାଗଡ଼ ଦଳ କେହି କାହାରିକୁ ଗୋଲ ସ୍କୋର କରିବାରେ ସଫଳ ହୋଇ ପାରି ନଥିଲେ। ପରେ ଟ୍ରାଇବେକ୍ ରେ ଟିଟିଲାଗଡ଼ ଟିମ୍ ଭିଳାଇ ଟିମ କୁ ୧/୦ ଗୋଲରେ ହରାଇ ମ୍ୟାଚ୍ ବିଜୟୀ ହୋଇଥିଲା। ରେଫରି ଭାବେ ନବୀନ ବଗର୍ତ୍ତି, ଲାଇନମେନ ଭାବେ ଶଙ୍କର ପୋଢ଼, ପିଙ୍କୁ ଚିନ୍ଦା ଓ ୪ ର୍ଥ ରେଫରି ଅମିତ କୁମାର ମହାନ୍ତି, ଚିତ୍ତରଞ୍ଜନ ଠାକୁର ଖେଳ ପରିଚାଳନାରେ ସହଯୋଗ କରିଥିଲେ। ଖେଳର ଧାରା ବିବରଣୀ ବାବୁଲାଲ ଶବର ପ୍ରଦାନ କରିଥିଲେ। ମ୍ୟାଚ୍ ଉଦଘାଟନ ପୂର୍ବରୁ ମା’ ଠାକୁରାଣୀଙ୍କ ମନ୍ଦିରରୁ ମଶାଲ କୁ ସ୍ପୋର୍ଟସ କ୍ଲବ ର କର୍ମକର୍ତ୍ତା ମାନେ ଏକ ଭବ୍ୟ ଶୋଭାଯାତ୍ରାରେ ଆଣି ଥିବାବେଳେ ଖେଳ ପଡିଆରେ ଠାକୁରାଣୀଙ୍କ ମୁଖ୍ୟ ପୂଜକ ନନ୍ଦ କିଶୋର ଧରୁଆ ସ୍ଥାପନ ସହ ପୂଜାର୍ଚ୍ଚନା କରିଥିଲେ। ସ୍ବର୍ଗତ ଶରତ ଚନ୍ଦ୍ରଙ୍କ ପରିବାରୁ ଦିଲ୍ଲୀପ ଧରୁଆ, ଦିଲୁ ଧାରୁଆ ପ୍ରମୁଖ ଉପସ୍ଥିତ ରହିଥିଲେ। ସ୍ପୋର୍ଟସ କ୍ଲବର ସଭାପତି ତ୍ରିମୋହନ ନାଏକ, ସମ୍ପାଦକ କ୍ଷୀରସିନ୍ଧୁ ନେଗୀ, ସହ ସମ୍ପାଦକ ମହେଶ ଗୁପ୍ତା, ଉପସଭାପତି କାମାକ୍ଷ ନାଏକ, କୋଷାଧ୍ୟକ୍ଷ ସଚିନ ଗୁପ୍ତା, ସିଦ୍ଧାର୍ଥ ଶଙ୍କର ପ୍ରଧାନୀ, ମୋହନ ବାଗ, ମାନସ ବେହେରା, ସୁରଜ ନାଏକ, ଅମିତ ସୁନା, ଜିତାମିତ୍ର ପ୍ରଧାନୀ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *