ଆୱାର୍ଡସ୍ କ୍ଲବ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର : ବଲାଙ୍ଗୀର ଜିଲ୍ଲା ଧରାପଗଡ଼ ପଞ୍ଚାୟତ ଅନ୍ତର୍ଗତ ଗଣ୍ଡାପଡ଼ା ଠାରେ ‘ଆୱାର୍ଡସ୍ କ୍ଲବ’ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଣ୍ଡାପଡ଼ା ସମେତ ପେଣ୍ଡରାମାଲ ଗ୍ରାମର କ୍ଲବ ସଦସ୍ୟ ଓ ଗ୍ରାମବାସୀମାନେ ବହୁ ସଂଖ୍ୟାରେ ଯୋଗଦେଇ ଏକତାର ପରିଚୟ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୌରହରି ନାଗ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ସାଧାରଣତନ୍ତ୍ର ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। କ୍ଲବର ସଭାପତି ଶଶିକାନ୍ତା କୁମ୍ଭାର ଏବଂ ସମ୍ପାଦକ ଦୀନବନ୍ଧୁ ମହାନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଉତ୍ସବରେ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଅଧିକ ଉତ୍ସାହିତ କରିଥିଲେ। ପେଣ୍ଡରାମାଲ ଗ୍ରାମର କ୍ଲବ ସଦସ୍ୟମାନଙ୍କ ସକ୍ରିୟ ସହଯୋଗ ଓ ଶୃଙ୍ଖଳିତ ପରିଚାଳନା ପାଇଁ ସ୍ଥାନୀୟ ଅଞ୍ଚଳରେ ଏହି ପ୍ରୟାସକୁ ବେଶ୍ ପ୍ରଶଂସା କରାଯାଇଛି। ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇ ଉତ୍ସବ ସମାପନ ହୋଇଥିଲା।

Leave a Reply

Your email address will not be published. Required fields are marked *