ଧର୍ମଗଡ଼ ଓ ଜୁନାଗଡ଼ ଅବକାରୀ ବିଭାଗର ଚଢ଼ାଉ

  • ଜୁନାଗଡ଼ ପାଲଟିଛି ନକଲି ମଦର ହବ
  • ନକଲି ବିଦେଶୀ ମଦ, ବିଭିନ୍ନ ମଦ କମ୍ପାନୀର ଠିପି,ବୋତଲ ଓ ଷ୍ଟିକର ଜବତ
  • ୨ ଗିରଫ ହୋଇ କୋର୍ଟ ଚାଲାଣ

 ଜୁନାଗଡ଼/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହର ଏବେ ନକଲି ମଦର ହବ ପାଲଟିଛି। ଆଜି କଳାହାଣ୍ଡି ଅବକାରୀ ବିଭାଗର ନିର୍ଦ୍ଦେଶ କ୍ରମେ ଜୁନାଗଡ଼ ଓ ଧର୍ମଗଡ଼ ଅବକାରୀ ବିଭାଗ ପକ୍ଷରୁ ଏକ ଟିମ ମିଳିତ ଚଢ଼ାଉ କରି ଜୁନାଗଡ଼ରେ ଚଢ଼ାଉ କରି ୩୩ ଲିଟର ନକଲି ବିଦେଶୀ ମଦ, ୯୮୮ ଟି ମଦ ବୋତଲ ଠିପି, ୯୨୪ଟି ନକଲି ଷ୍ଟିକର ୭୩ଟି ଖାଲି ବିଦେଶୀ ମଦ ବୋତଲ ଜବତ କରିଥିଲେ। ଏବଂ ନକଲି ମଦ ବିକ୍ରି କରୁଥିବା ସନ୍ତୋଷ ପଟ୍ଟନାୟକଙ୍କୁ ଗିରଫ କରିଥିଲା। ଅନ୍ୟ ପକ୍ଷରେ ଧର୍ମଗଡ଼ ଅଞ୍ଚଳର ରିଙ୍କୁ ମଙ୍ଗରାଜ ଜୁନାଗଡ଼ରୁ ଧର୍ମଗଡ଼ କୁ ଯାଉଥିବାବେଳେ ତାଙ୍କ ପାଖରୁ ୧୯ ଟି ଖାଲି ବୋତଲ, ୧୩୩୩ ଟି ଠିପି, ୧୦୦୦ ନକଲି ଷ୍ଟିକର କୁ ଅବକାରୀ ବିଭାଗ ଜବତ କରିଥିଲେ। ଅବକାରୀ ବିଭାଗ ପକ୍ଷରୁ ଏକ ପୃଥକ ପୃଥକ ମାମଲା ରୁଜୁ କରି ସନ୍ତୋଷ ପଟ୍ଟନାୟକ ଓ ରିଙ୍କୁ ମଙ୍ଗରାଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।