କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ନିମନ୍ତେ ଆଜି ପୋଡାଗୁଡା ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଞ୍ଚାୟତସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଲକ୍ଷ୍ମୀକାନ୍ତ ପୁଝାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ କ୍ରିୟାନୁଷ୍ଠାନ କମିଟିର ସଭାପତି ରାଜୀବ କୁମାର ଅଗ୍ରୱାଲ, ପୁରୁଷୋତ୍ତମ ଦାସ ଗୁପ୍ତା, ପୋଡାଗୁଡା ସରପଞ୍ଚ ଜୟରାମ ନାଏକ, ସମିତି ସଭ୍ୟ ରାଜୀବ ଖମାରୀ, ରଘୁମଣି ଖମାରୀ, ଧର୍ମାନନ୍ଦ ନାଏକ, ଶ୍ରୀମନ୍ତ ପାଢ଼ୀ, କେଶବ ଚନ୍ଦ୍ର ନାଏକ, ଧବଲେଶ୍ୱର ନାଗ, ସନତ କୁମାର ପ୍ରଧାନୀ, ରବିନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କ୍ରମରେ ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ଦାବି ଉପରେ ବିଶେଷ ଆଲୋଚନା କରାଯାଇ ଜନମତ ସଂଗ୍ରହ କରାଯାଇଥିଲା। ଏବଂ ଛଡ଼ାଇ ନେଇଥିବା ସର୍ବପୁରାତନ କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ କୁ ପୁନଃ ଫେରେଇ ଆଣି କୋକସରାର ଗୌରବ ଓ ସମ୍ମାନ କୁ ଫେରେଇ ଆଣିବା ପାଇଁ ବୈଠକରେ ଉପସ୍ଥିତ ରହିଥିବା ପୋଡାଗୁଡା ଗ୍ରାମ ପଞ୍ଚାୟତର ନେଗିଗୁଡା, ମଙ୍ଗଳପୁର, କୁଲେରଗୁଡା ସମେତ ବିଭିନ୍ନ ଗ୍ରାମର ବୁଦ୍ଧିଜୀବୀ ସମେତ ବ୍ୟକ୍ତି ବିଶେଷ ସମସ୍ତଙ୍କ ସହଯୋଗ ରହିବା ସହ ଉକ୍ତ ଦାବିକୁ ସମର୍ଥନ ଦେଇଥିଲେ। ଏବଂ ପଞ୍ଚାୟତ ସ୍ତରରୁ ଦାବିକୁ ତୀବ୍ର କରିବା ପାଇଁ ୧୧ ଜଣିଆ କମିଟି ଗଠନ କରାଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ବୈଠକରେ ହରେକୃଷ୍ଣ ନାଏକ, ଧନୁର୍ଜୟ ବାଗ, କ୍ଷୀରସିନ୍ଧୁ ଦାସ, ପ୍ରଶାନ୍ତ କୁମାର ନାଏକ, ରୀଖିରାମ ନାଏକ, ବବୃବାହନ ସାହୁ, ଅଜୟ କୁମାର ମାଝୀ, ଉମା ଶଙ୍କର ନିଏଲ, ଲଛମନ ଯୁଏଡ, ସୁରେନ୍ଦ୍ର ଗୋପାଳ, ପବିତ୍ର ପୁଝାରୀ, ଜଳନ୍ଧର ଯୁଏଡ, ବଳଦେବ ନିଆଲ, ଗଜାନନ ଖମାରୀ, ଟଙ୍କଧର ଧରୁଆ, ଚୈବନ ମେହେର, ଭରତୁ ନାଏକ, ଗୁଲସନ ବାଗ ସମେତ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ରହିଥିଲେ।
