ବ୍ଲକ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ବ୍ଲକ୍ ବିଜ୍ଞାନ ସାଧନ କେନ୍ଦ୍ର, କେସିଙ୍ଗା ଓ ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ମିଳିତ ସହଯୋଗରେ ବରିଷ୍ଠ ଶିକ୍ଷକ ହେମନ୍ତ କୁମାର ବାଗଙ୍କ ସଭାପତିତ୍ବରେ ବ୍ଲକ୍ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ଓ କେସିଙ୍ଗା ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପକ ରାଜେଶ କୁମାର ଅଗ୍ରୱାଲ ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ରୂପେ ଯୋଗଦାନ କରି ‘ବିଜ୍ଞାନରେ ମହିଳା: ଏକ ବିକଶିତ ଭାରତକୁ ତ୍ବରାନ୍ବିତ କରିବା ବିଷୟବସ୍ତୁ ଉପରେ ନିଜ ବକ୍ତବ୍ୟରେ ବିଶଦ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ରୂପେ ଅଭୟ କୁମାର ଦେବତା, ସଭାପତି, ବ୍ଲକ୍ ବିଜ୍ଞାନ ସାଧନ କେନ୍ଦ୍ର, କେସିଙ୍ଗା ଓ ବରିଷ୍ଠ ବିଜ୍ଞାନ ଶିକ୍ଷକ ପରମାନନ୍ଦ ଛୁଆଳସିଂହ ଯୋଗଦାନ କରିଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜି.କ୍ରିଷ୍ଣା ରେଡି ସଂଯୋଜନା କରିଥିବା ବେଳେ ଅଭୟ କୁମାର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ପରମାନନ୍ଦ ଛୁଆଳସିଂହ ବିଜ୍ଞାନର ରହସ୍ୟମୟ ଯାଦୁ ଖେଳ ଓ କରିସ୍ମା ଆଧାରିତ ପ୍ରଦର୍ଶନ କରି ସମସ୍ତଙ୍କର ମନୋରଞ୍ଜନ କରିଥିଲେ।