କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଭାରତୀୟ ରେଳ ବିଭାଗ ଦ୍ଵାରା ସାରା ଭାରତରେ ଜାତୀୟ ପର୍ବ ହୋଲି କୁ ଆଖି ଆଗରେ ରଖି ବିଭିନ୍ନ ବଡ଼ ବଡ଼ ସହରରୁ ଅନେକ ସ୍ପେଶାଲ ଟ୍ରେନ ଚଳାଚଳ ପାଇଁ ନିର୍ଦ୍ଧାରିତ ହୋଇଛି। ଯାହାକି ସ୍ଵାଗତ ଯୋଗ୍ୟ ପଦକ୍ଷେପ, କାରଣ ଦେଶର କୋଣ ଅନୁକୋଣରେ ଥିବା ବିଭିନ୍ନ ସହରରେ ଅନ୍ୟ ରାଜ୍ୟର ଅନେକ ମଜୁରିଆ ହେଉ କିମ୍ବା ଚାକିରିଆ ହେଉ ସମସ୍ତେ କାମ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ଆଗକୁ ଦିନ କେଇଟା ପରେ ହୋଲି ସେଥି ପାଇଁ ବିଶାଖାପାଟଣା ରୁ ପାଟନା ପର୍ଯ୍ୟନ୍ତ ଏକ ହୋଲି ସ୍ପେଶାଲ୍ ଟ୍ରେନ ଆନ୍ଦ୍ରପ୍ରଦେଶ, ଓଡ଼ିଶା, ଝାଡ଼ଖଣ୍ଡ ଦେଇ ବିହାର ରାଜଧାନୀ ପାଟନା ପର୍ଯ୍ୟନ୍ତ ଯିବ। ଯାହା ରାୟଗଡ଼ା କେସିଙ୍ଗା ସମ୍ବଲପୁର ହୋଇ ଚଳା ଚଳ କରିବ। ଯାହାର ଟ୍ରେନ ନଂ ୦୮୫୩୭ ଓ ୦୮୫୩୮ ବୋଲି ରେଳ ବିଭାଗ ପକ୍ଷରୁ ରୁଟ ଚାଟ ବାହାରିଛି, ଯାହା ଓଡ଼ିଶାର ୯ ଟି ଷ୍ଟେସନ ରେ ରହିବ କିନ୍ତୁ ଏହି ରୁଟ ଚାଟ ରେ କଳାହାଣ୍ଡି ଜିଲ୍ଲାର କୌଣସି ଷ୍ଟେସନ ରେ ରହିବ ନାହିଁ। କିନ୍ତୁ ରାୟଗଡ଼ା ଜିଲ୍ଲାର ରାୟଗଡ଼ା ଓ ମୁନିଗୁଡ଼ା ଷ୍ଟେସନରେ ରହିବ।ଜିଲ୍ଲାର ପ୍ରମୁଖ ଷ୍ଟେସନ କେସିଙ୍ଗା ରେଳ ଷ୍ଟେସନ ରେ ମଧ୍ୟ ଗାଡ଼ି ରହିବ ନାହିଁ ସେଥି ପାଇଁ ରେଳ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। କେସିଙ୍ଗା ରେଳ ଷ୍ଟେସନ ଇଷ୍ଟ କୋଷ୍ଟ ରେଲୱେର ସମ୍ବଲପୁର ଡିଭିଜନରେ ଟିକେଟ ବିକ୍ରି ପଇସା ସଂଗ୍ରହରେ ପ୍ରମୁଖ ଷ୍ଟେସନ ମଧ୍ୟରୁ ଗୋଟିଏ ହୋଇଥିବା ବେଳେ ହୋଲି ସ୍ପେଶିଆଲ ଟ୍ରେନ ର ରହଣି କେସିଙ୍ଗା ରେ କାହିଁକି କରାଗଲା ନାହିଁ ତାହା କେବଳ ରେଳ ବିଭାଗ କୁ ହିଁ ଜଣା।ହୋଲି ସ୍ପେଶିଆଲ ଟ୍ରେନ କୁ କେସିଙ୍ଗା ରେ ଗୋଟିଏ ଷ୍ଟପେଜ ଦେବା ପାଇଁ ଅଞ୍ଚଳର ରେଳ ଯାତ୍ରୀ ମାନେ ଦାବୀ କରିଛନ୍ତି।
